fbpx

ବଢିପାରେ ରାହୁଲ ଗାନ୍ଧୀଙ୍କ ଅସୁବିଧା, ବଜେଟ ଅଧିବେଶନ ମଧ୍ୟରେ ଅଚାନକ କାହିଁକି ଯାଉଛନ୍ତି ସୁଲତାନପୁର

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ନେତା ରାହୁଲ ଗାନ୍ଧୀ ସଂସଦ ବଜେଟ ଅଧିବେଶନ ମଧ୍ୟରେ ଅଚାନକ ୨୬ ଜୁଲାଇରେ ସୁଲତାନପୁର ଯାଉଛନ୍ତି । ରାହୁଲ ଗାନ୍ଧୀଙ୍କୁ ସୁଲତାନପୁର ଯାଉଛନ୍ତି । ରାହୁଲ ଗାନ୍ଧୀଙ୍କୁ ସୁଲତାନପୁର ଏମପି ଏମଏଲଏ କୋର୍ଟ ୨୬ ଜୁଲାଇରେ ମାନହାନିର ଏକ ମାମଲାରେ ଡକାଇଛନ୍ତି ।

ଏହା ପୂର୍ବରୁ ସେ ୨ ଜୁଲାଇରେ ମଧ୍ୟ ଡକାଇଥିଲା, ହେଲେ ରାହୁଲ ଗାନ୍ଧୀ ସେତେବେଳେ ପହଞ୍ଚିପାରିନଥିଲେ । କୋର୍ଟରେ ରାହୁଲ ଗାନ୍ଧୀଙ୍କ ଓକିଲ କାଶୀ ପ୍ରସାଦ ଶୁକ୍ଳା ସେତେବେଳେ ମାମଲାର ଶୁଣାଣି ପାଇଁ ନୁଆ ତାରିଖ ମାଗିଥିଲେ, ଏହାପରେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨୬ ଜୁଲାଇରେ ହାଜର ହେବାକୁ କହିଥିଲେ ।

ଏହା ପୂର୍ବରୁ ୨୦ ଫେବୃଆରୀ ୨୦୨୪ରେ ମଧ୍ୟ ଏହି ମାମଲାରେ ଶୁଣାଣି ହୋଇଥିଲା. ସେତେବେଳେ ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଥିଲେ ଏବଂ ଯାତ୍ରାକୁ ସ୍ଥଗିତ ରଖି ଏହି ଶୁଣାଣିରେ ପହଞ୍ଚିଥିଲେ । ୨୦ ଫେବୃଆରୀରେ କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨୫-୨୫ ହଜାର ଟଙ୍କାର ବଣ୍ଡରେ ଜାମିନ ପ୍ରଦାନ କରିଥିଲେ ।

 

 

Get real time updates directly on you device, subscribe now.