fbpx

(Video) ରାହୁଲ ଗାନ୍ଧୀଙ୍କୁ ଉପହାର ଦେଲେ ମୋଚି, ଫୋନ ଲଗାଇ କହିଲେ ‘ବାଃ ଭାଇ ବାଃ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସୁଲତାନପୁରର ଜଣେ ମୋଚି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଉପହାର ପଠାଇଛନ୍ତି । ରାୟବରେଲୀ ସାଂସଦଙ୍କୁ ଉପହାରରେ ମିଳିଥିବା ଜୋତା ଏତେ ପସନ୍ଦ ଆସିଛି ଯେ, ସେ ସଙ୍ଗେ ସଙ୍ଗେ ସେହି ଜୋତାକୁ ପିନ୍ଧି ବୁଲିଛନ୍ତି ଏବଂ ଫୋନ ଲଗାଇ ମୋଚିଙ୍କ ପ୍ରଶଂସା କରିଛନ୍ତି । ରାହୁଲ ଗାନ୍ଧୀଙ୍କ ସହ ସେ କଥା ହୋଇ ଖୁସି ବ୍ୟକ୍ତ କରିଛନ୍ତି ।

ରାହୁଲ ଗାନ୍ଧୀ ଏକ ମାନହାନି ମାମଲାରେ ସୁଲତାନପୁର କୋର୍ଟରେ ହାଜର ହେବାକୁ ଯାଇଥିଲେ । ସେହି ସମୟରେ ସେଠାରୁ ସେ ଫେରିବା ବେଳେ ରାମଚେତ ମୋଚିଙ୍କ ଦୋକାନ ପାଖରେ ଅଟକିଥିଲେ ଏବଂ ତାଙ୍କ ପରିସ୍ଥିତି ବିଷୟରେ ପଚାରିଥିଲେ । ଏହି ସମୟରେ ସେ ତାଙ୍କ କାମ ମଧ୍ୟ ଦେଖିଥିଲେ । ଏହାପରେ ମୋଚି ନିଜ ହାତରେ ଏକ ଜୋତା ତିଆରି କରି ସାଂସଦଙ୍କୁ ପଠାଇଛନ୍ତି ।

ମୋଚିଙ୍କ ଦ୍ୱାରା ପଠାଯାଇଥିବା ଜୋତାକୁ ଦେଖି ରାହୁଲଗାନ୍ଧୀ ଏତେ ଖୁସି ହୋଇଛନ୍ତି ଯେ, ସେ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରିଛନ୍ତି । ସାଂସଦ ଲେଖିଛନ୍ତି ଯେ, ଭାରତର ସବୁଠାରୁ ଅଧିକ ପୁଞ୍ଜି ଶ୍ରମିକ ପରିବାରର ‘ପାରମ୍ପରିକ କୌଶଳ’ରେ ଲୁଚି ରହିଛି । ଗତ କିଛି ଦିନ ତଳେ ସୁଲତାନପୁରରୁ ଫେରିବା ବେଳେ ରାସ୍ତାରେ ଜୋତା କାରିଗର ରାମଚେତଙ୍କ ସହ ଭେଟ ପଡିଥିଲା, ସେ ମୋ ପାଇଁ ପ୍ରେମ ଭାବ ସହ ନିଜ ହାତରେ ତିଆରି ଏକ ଆରମଦାୟକ ଏବଂ ସୁନ୍ଦର ଜୋତା ପଠାଇଛନ୍ତି । ଦେଶର କୋଣ ଅନୁକୋଣରେ ବିଭିନ୍ନ ପ୍ରକାରର ଦକ୍ଷତା ଥିବା ଏଭଳି ପ୍ରତିଭା ରହିଛି । ଯଦି ଏମାନଙ୍କୁ ଆବଶ୍ୟକୀୟ ସମର୍ଥନ ମିଳିବ ତେବେ ସେମାନେ ନିଜର ନୁହେଁ ବରଂ ଦେଶର ଭାଗ୍ୟ ମଧ୍ୟ ବଦଳାଇ ପାରିବେ ।

Get real time updates directly on you device, subscribe now.