fbpx

Video: ସାମ୍ନାକୁ ଆସିଲା ନୂଆ ସିସିଟିଭି ଫୁଟେଜ୍: ମହିଳାଙ୍କୁ କାର ଟାଣିନେଉଥିବା ଭୟଙ୍କର ଦୃଶ୍ୟ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ

ନୂଆଦିଲ୍ଲୀ: ରାଜଧାନୀ ନୁଆ ଦିଲ୍ଲୀ ଜିରୋନାଇଟ୍‌ରେ ୨୦ ବର୍ଷିୟ ଯୁବତୀଙ୍କୁ ୪ କିଲୋମିଟର କାର୍ ଘୋଷାଡ଼ି ନେବା ଘଟଣାରେ ଆଉ ଏକ ସିସିଟିଭି ଭିଜୁଆଲ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ୩ଟା ବାଜି ୩୪ ମିନିଟ୍‌ରେ ଏକ ସ୍ଥାନରେ କାର୍‌ଟି ୟୁଟର୍ଣ୍ଣ ନେଇଥିଲା । ଏବଂ ଏହି ସମୟରେ କାର୍ ତଳେ ଯୁବତୀଙ୍କୁ ମଧ୍ୟ ଘୋଷାଡ଼ି ନେଉଥିବାର ଦେଖିବାକୁ ମିଳିଛି ।

ନିକଟରେ ଏକ ଜଳଖିଆ ଦୋକାନୀ ପ୍ରତ୍ୟକ୍ଷଦର୍ଶୀ ଦୀପକ ଦହିୟା ମଧ୍ୟ କାର ଆଗକୁ ଯିବା ପରେ ୟୁ-ଟର୍ନ ନେଇଥିବା ଷ୍ପଷ୍ଟ କରିଛନ୍ତି । ଦହିୟାଙ୍କ କହିବାନୁସାରେ, ସ୍କୁଟିକୁ ଧକ୍କା ଦେବା ପରେ ଗାଡିଟି ୟୁ- ଟର୍ନ ନେଇଥିଲା । ସକାଳ ୩.୩୪ ରେ ରେକର୍ଡ ହୋଇଥିବା ଫୁଟେଜରେ ଗାଡିଟି ତୋସି ଗ୍ରାମ ଆଡକୁ ଫେରୁଥିବା ଦେଖିବାକୁ ମିଳିଥିଲା, ଯେଉଁଠାରେ କାର୍ ତଳେ ମୃତଦେହ ରହିଥିବା ଦେଖିବାକୁ ମିଳିଛି । ଏଠାରେ ମୃତଦେହକୁ ଗାଡି ତଳେ ସ୍ପଷ୍ଟ ବାବେ ଦେଖାଯାଉଛି ।

ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ ଯେ ଅଭିଯୁକ୍ତ ସେମାନଙ୍କ ଗାଡିରେ ଫସି ରହିଥିବା ଝିଅର ମୃତଦେହକୁ କିଛି କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା ଏବଂ ଏହା ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା । ଦହିୟା ନ୍ୟୁଜ୍ ଏଜେନ୍ସି ଇଘଓ କୁ କହିଛନ୍ତି ଯେ ସକାଳ ୩:୨୦ ସମୟ ହେବ … ମୁଁ ଦୋକାନ ବାହାରେ ଠିଆ ହେଇଥିଲି ଯେତେବେଳେ ପ୍ରାୟ ୧୦୦ ମିଟର ଦୂରରେ ଏକ ଗାଡିର ଉଚ୍ଚ ଶବ୍ଦ ଶୁଣିଲି । ପ୍ରଥମେ ମୁଁ ଭାବିଲି ଟାୟାର ଫାଟି ଯାଇଛି । କାର ଆଗକୁ ଗଲାବେଳେ ମୁଁ ଦେଖିଲି ଏକ ମୃତ ଦେହ ଟାଣି ହୋଇଯାଉଛି । ମୁଁ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲି । ”

ପୋଲିସର ସୂଚନାନୁସାରେ, ସକାଳ ୩.୨୪ ସମୟରେ ପୋଲିସ କୁଟୁବଗଡ ଅଭିମୁଖେ ଯାଉଥିବା କାରରେ ସେହି କାର୍‌କୁ ଅଟକାଇ ମୃତ ଅଟକାଇଥିଲା । ଡେପୁଟି କମିଶନର ଅଫ୍ ପୋଲିସ୍ ହରେନ୍ଦ୍ର କୁମାର ସିଂ କହିଛନ୍ତି ଯେ ପୀଡିତାଙ୍କ ଗୋଡ କାରର ଗୋଟିଏ ଚକ ଭିତରେ ଅଟକି ଯାଇଥିଲା ଏବଂ ତାଙ୍କୁ ପ୍ରାୟ ଚାରି କିଲୋମିଟର ପର୍ଯ୍ୟନ୍ତ ଟାଣି ନିଆଯାଇଥିଲା ।

ପୋଲିସ କାର୍‌କୁ ଅଟକାଇବା ସହିତ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୨୭୯ (ଦ୍ରୁତ ଗତୀରେ ଡ୍ରାଇଭିଂ) ଏବଂ ୩୦୪-ଏ (ଅବହେଳା ଦ୍ୱାରା ମୃତ୍ୟୁ ଘଟାଇଥାଏ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଦୀପକ ଖାନ୍ନା (୨୬), ଅମିତ ଖାନ୍ନା (୨୫), କୃଷ୍ଣ (୨୭), ମିଥୁନ (୨୬) ଏବଂ ମନୋଜ ମିତ୍ତଲଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.