fbpx

(VIDEO) ସୁମିତଙ୍କ ପରିବାର ଗୃହବନ୍ଦୀ: ତପସ୍ୱିନୀ କହୁଛନ୍ତି ଏହା ମିଛ, ତେବେ କିଏ କହୁଛି ଠିକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହ ସମାଧାନର ନାଁ ଧରୁନାହିଁ । ଇତିମଧ୍ୟରେ ଅନେକ ଦିନ ବିତିଯାଇଥିଲେ ହେଁ ଏବେ ବି ଦୁଇପକ୍ଷ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି । ତେବେ ଇତିମଧ୍ୟରେ ସୁମିତଙ୍କ ପକ୍ଷର ଓକିଲ ତପସ୍ୱିନୀଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ।

ସୁମିତଙ୍କ ଓକିଲ କହିଛନ୍ତି ଯେ, ସୁମିତଙ୍କ ପରିବାର ବର୍ତ୍ତମାନ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି । ତେଣୁ ଏପରି ସ୍ଥିତିରେ ତାଙ୍କ ଘରକୁ ଯାଇ କୋର୍ଟ କାଗଜପତ୍ର ଓ ଦସ୍ତଖତ ଆଣିବା ସମ୍ଭବ ହେଉନି । ପୂର୍ବରୁ ତପସ୍ୱିନୀ ଡିଭି ଆକ୍ଟରେ ସୁମିତଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ । ଏହାର କାଉଣ୍ଟର ଦେବା ପାଇଁ ଜାନୁଆରୀ ୩କୁ ତାରିଖ ଧାର୍ଯ୍ୟ ହୋଇଥିଲା । ମାତ୍ର ତାହା ସମ୍ଭବ ହେଉନଥିବାରୁ କାଉଣ୍ଟର ଦେବା ପାଇଁ ଏସଡିଜେଏମ୍ କୋର୍ଟଙ୍କୁ ସମୟ ମଗାଯାଇଛି । ସୁମିତଙ୍କ ବାପା, ମାଆ ଓ ଜେଜେମାଆଙ୍କୁ ଦ୍ୱିତୀୟ ନମ୍ବର ଗେଟରେ ତାଲା ପକାଇ ରଖାଯାଇଛି । ସୁମିତଙ୍କ ପରିବାରଠାରୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଆଣିବା ପରେ ହିଁ କାଉଣ୍ଟର ଦେବା ସମ୍ଭବ ହେବ ବୋଲି ସେ କହିଛନ୍ତି ।

ସେହିପରି ଏହାର ଜବାବ ଦେବାକୁ ଯାଇ ତପସ୍ୱିନୀଙ୍କ ପକ୍ଷରୁ କୁହାଯାଇଛି ଯେ, ଏହା ସମ୍ପୂର୍ଣ୍ଣ ମିଛ । ତପସ୍ୱିନୀଙ୍କ ସହ ଧାରଣାରେ ବସିଥିବା ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ, ସୁମିତଙ୍କ ପରିବାର ପକ୍ଷରୁ ଅଣାଯାଉଥିବା ଗୃହବନ୍ଦୀ ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ଯଦି ସେମାନେ ଗୃହବନ୍ଦୀ ଅଛନ୍ତି, ତେବେ ଗ୍ୟାସ୍ ବାଲା ଆସିବା ପରେ ସୁମିତଙ୍କ ବାପା କିପରି ଗେଟ୍ ଖୋଲି ଗ୍ୟାସ୍ ନେଲେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.