fbpx

ତାତି ପାଇଁ ବଢ଼ିଲା ଖରା ଛୁଟି ଅବଧି: ଜୁନ୍ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି । ଏହା ମଧ୍ୟରେ ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳିଛି । ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଖରା ଛୁଟିର ଅବଧିକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଗ୍ରୀଷ୍ମ ଛୁଟି ଜୁନ୍ ୧୫ ପର୍ଯ୍ୟନ୍ତ ରହିଥିବା ବେଳେ ଏବେ ତାହାକୁ ଜୁନ୍ ୨୮ ପର୍ଯ୍ୟନ୍ତ ବୃଦ୍ଧି କରି ଦିଆଯାଇଛି ।

ଏନେଇ ଶିକ୍ଷା ବିଭାଗ ପକ୍ଷରୁ ଏକ ନୋଟିସ୍ ଜାରି କରି ସୂଚିତ କରାଯାଇଛି । ସୂଚନା ମୁତାବକ, ଜୁନ୍ ୨୫ ତାରିଖ ଠାରୁ ଶିକ୍ଷକମାନେ ସକାଳ ୭.୩୦ରେ ସ୍କୁଲକୁ ଯିବେ ଓ ଦ୍ୱିପ୍ରହର ୧.୩୦ ପର୍ଯ୍ୟନ୍ତ ସ୍କୁଲରେ ଉପସ୍ଥିତ ଅନ୍ୟ ପ୍ରଶାସନିକ କାର୍ଯ୍ୟ କରିବେ । ଅନ୍ୟପକ୍ଷରେ ଛାତ୍ରଛାତ୍ରୀନଙ୍କ ସ୍କୁଲ ୨୮ ତାରିଖରେ ଖୋଲାଯିବ । ଛାତ୍ରଛାତ୍ରୀମାନେ ସକାଳ ୭.୩୦ରେ ସ୍କୁଲକୁ ଯିବେ ଓ ୧୦ଟାରେ ସ୍କୁଲ ଛୁଟି ହେବ । ଜୁଲାଇ ମାସ ପହିଲାଠାରୁ ସ୍କୁଲ ସକାଳ ୭.୩୦ରୁ ଆରମ୍ଭ ହୋଇ ଦ୍ୱିପ୍ରହର ୧.୩୦ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.