fbpx

ରାଜ୍ୟରେ ଆହୁରି ୫ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର : ଓଡିଶାରେ ଆହୁରି ୫ ଦିନ ତାପମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିଛି । ସାରା ଓଡିଶା ଗ୍ରୀଷ୍ମ ପ୍ରବାହରେ ଜଳୁଛି । ଏହି ପାଗ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ କହିଛି । ବର୍ଷା ହେଉ ନଥିବାରୁ ଆଦ୍ରତା ଅଧିକ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ୩୬ ଡିଗ୍ରୀ ଉପରେ ରହିଛି ଅନେକ ସହରର ତାପମାତ୍ରା । ବିଭିନ୍ନ ସ୍ଥାନରେ ଆକାଶ ମେଘମୁକ୍ତ ଥିବାରୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ ଅଧିକ ରହିଛି । ରାତିର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି । ତେବେ ରାଜ୍ୟରେ ମୌସୁମୀ ଅପସରଣ ନେଇ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଦିନେ ଦୁଇଦିନ ମଧ୍ୟରେ ମୌସୁମୀ ବାୟୁ ଅପସରଣ ଆରମ୍ଭ ହେବ ।

Get real time updates directly on you device, subscribe now.