fbpx

(Video) ସାଟେଲାଇଟରୁ ମିଳୁଛି ସୁପରଫାଷ୍ଟ ସ୍ପିଡ… ୧୦୦ ଦେଶରେ ପହଞ୍ଚିଲା ଷ୍ଟାରଲିଙ୍କ ଇଣ୍ଟରନେଟ

Advertisement

ନୂଆଦିଲ୍ଲୀ: ସାଟେଲାଇଟ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର କମ୍ପାନୀ ଷ୍ଟାରଲିଙ୍କ ବର୍ତ୍ତମାନ ୧୦୦ ଦେଶକୁ ଛୁଇଁଛି । ଏ ନେଇ ସ୍ପେସ-ଏକ୍ସର ସିଇଓ ଏଲନ୍ ମସ୍କ ସୂଚନା ଦେଇଛନ୍ତି । ୧୦୦ତମ ଦେଶ ଭାବରେ ଆଫ୍ରିକାର ସିଏରା ଲିଓନକୁ ଷ୍ଟାରଲିଙ୍କର ଇଣ୍ଟରନେଟ ସର୍ଭିସ ଆରମ୍ଭ ହୋଇଛି । ଏହାସହିତ ଷ୍ଟାରଲିଙ୍କର ଇଣ୍ଟରନେଟ ସର୍ଭିସ ପାଇବା ତାଲିକାରେ ଆଫ୍ରିକାର ଦଶମ ଦେଶ ପାଲଟିଛି ସିଏରା ଲିଓନ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏହି ଖବର ଜାଣିବାକୁ ମିଳିଛି । ଟ୍ୱିଟର ପୋଷ୍ଟରେ ଷ୍ଟାରଲିଙ୍କ ଲେଖିଛି ଯେ, ୧୦୦ତମ ଦେଶ, ଅଞ୍ଚଳ ବା ବଜାର ଭାବରେ ଷ୍ଟାରଲିଙ୍କର ହାଇ ସ୍ପିଡ ଇଣ୍ଟରନେଟ ସେବା ଉପଲବ୍ଧ କରାଯାଇଛି ।

ସିଏରା ଲିଓନର ନେସନାଲ କମ୍ୟୁନିଟି ଅଥରିଟି ୨୦୨୩ ମସିହାରେ ଆରମ୍ଭ ହାଇଥିବା ଟେକ୍ନିକାଲ ମୂଲ୍ୟାଙ୍କନର ବର୍ଷକ ପରେ ଷ୍ଟାରଲିଙ୍କକୁ ଲାଇସେନ୍ସ ଦେଇଛି । ଗତ ସପ୍ତାହରେ ଶ୍ରୀଲଙ୍କାରେ ଷ୍ଟାରଲିଙ୍କ ସେବା ଆରମ୍ଭ କରିବାକୁ ଅନୁମତି ଦିଆଯାଇଥିଲା। ରାଷ୍ଟ୍ରପତି ରାନିଲ ବିକ୍ରମ ସିଂ କହିଛନ୍ତି ଯେ, ଏହି ଉନ୍ମୋଚନ ଆମ ସଂଯୋଗରେ ଏକ ବିପ୍ଳବ ଆଣିବ, ବିଶେଷ କରି ଆମ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ଖୋଲିବ। ଏହାପୂର୍ବରୁ ମେ ମାସରେ, ଏଲନ୍ ମସ୍କ ଇଣ୍ଡୋନେସିଆ ଏବଂ ଫିଜିରେ ମଧ୍ୟ ଷ୍ଟାରଲିଙ୍କ୍ ଲଞ୍ଚ କରିଥିଲେ।

ଏଲନ୍ ମସ୍କ କହିଛନ୍ତି ଯେ, ଷ୍ଟାରଲିଙ୍କ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା କୌଣସି ଲମ୍ବା ଚୁକ୍ତି ଆବଶ୍ୟକ କରେ ନାହିଁ । ସେ କହିଛନ୍ତି ଯେ, ଏହାକୁ ମାତ୍ର ୨ ମିନିଟରେ ସହଜରେ ଅର୍ଡର କରାଯାଇପାରିବ। ଇଣ୍ଡୋନେସିଆର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ସ୍ପେସ୍ ଏକ୍ସର ଇଣ୍ଟରନେଟ୍ ସେବା ଆରମ୍ଭ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ପ୍ରବେଶକୁ ଉନ୍ନତ କରିବା ।

Get real time updates directly on you device, subscribe now.