fbpx

ସୁପରମାର୍କେଟରେ ଗୁଳିକାଣ୍ଡ: ୧୦ ମୃତ

ୱାଶିଂଟନ, ୨୩ା୩: ଆମେରିକାରେ ଏକ ବଡ଼ଧରଣର ଗୁଳିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଫିସର ରହିଥିବା ଜଣାପଡ଼ିଛି । ସପ୍ତାହକ ମଧ୍ୟରେ ଏହା ହେଉଛି ଆମେରିକାରେ ଦ୍ୱିତୀୟ ଗୁଳିକାଣ୍ଡ । ଗତ ୧୭ ତାରିଖରେ ଆଟଲାଣ୍ଟାରେ ଗୁଳିମାଡ଼ରେ ୮ ଜଣ ପ୍ରାଣ ହରାଇଥିଲେ । ସିସିଟିଭି ଫୁଟେଜରେ ସୁପରମାର୍କେଟ ଗୁଳିକାଣ୍ଡର ସମସ୍ତ ଦୃଶ୍ୟ କଏଦ ହୋଇଥିବା ଜଣାପଡ଼ିଛି । ତେବେ ଗୁଳିକାଣ୍ଡ ଘଟଣାଇଥିବା ଦୁର୍ବୃତ୍ତକୁ ପୋଲିସ ନିଜ ହେପାଜତକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.