fbpx

ମେ ୨୬ରେ ଦୃଶ୍ୟମାନ ହେବ ଚଳିତ ବର୍ଷର ‘ସୁପରମୁନ୍’

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମେ ୨୬ ତାରିଖରେ ଚଳିତ ବର୍ଷର ‘ସୁପରମୁନ୍’ ଦେଖାଯିବ । ଏହି ଦିନ ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ର ଠାରୁ ଏହା ପ୍ରାୟ ୭ ପ୍ରତିଶତ ବଡ଼ ଏବଂ ୧୫ ପ୍ରତିଶତ ଅଧିକ ଉଜ୍ଜ୍ବଳ ଦେଖାଯିବ । ସେହିପରି ଚନ୍ଦ୍ର ଆମଠାରୁ ୩ଲକ୍ଷ ୫୭ହଜାର ୪୬୨କିମି ଦୂରରେ ଦେଖାଯିବ । ସାଧାରଣ ଦୂରତାର ୧୦ ପ୍ରତିଶତ ବା ତା’ଠାରୁ କମ୍ ଅର୍ଥାତ୍ ୩ଲକ୍ଷ ୬୦କିମି ଦୂରତାରେ ଚନ୍ଦ୍ର ଥିବା ସମୟରେ ପୂର୍ଣ୍ଣମୀ ପଡ଼ିଥାଏ, ଯାହାକୁ ସୁପର୍ମୁନ୍ କୁହାଯାଏ । ଏହା ପୂର୍ବରୁ ଏପ୍ରିଲ୍ ୨୬ରେ ୩ଲକ୍ଷ ୫୭ ହଜାର ୬୧୫ କିମି ଦୂରରେ ଚନ୍ଦ୍ର ପୃଥିବୀର ନିକଟତର ହୋଇଥିଲା ଏବଂ ସୁପର୍ମୁନ୍ ହୋଇଥିଲା । ମାତ୍ର ଏଥର ତା’ଠାରୁ ୧୫୩ କିମି କମ ଦୂରତାରେ ଚନ୍ଦ୍ର ଦେଖାଯିବ ।

ତେବେ ଓଡିଶାରେ ଏହା ଦେଖାଯିବ ନାହିଁ । କାରଣ ଏଠାରେ ଚନ୍ଦ୍ର ଦିଗବଳୟ ତଳେ ଥିବାରୁ ଗ୍ରହଣ ଦୃଶ୍ୟମାନ ହେବ ନାହିଁ । ଚନ୍ଦ୍ର ପୃଥିବୀର ଉପଛାୟାରେ ଅପରାହ୍ଣ ୨ଟା ୧୭ମିନିଟ୍ରେ ପ୍ରବେଶ କରିବ ଏବଂ ସନ୍ଧ୍ୟା ୭ଟା ୧୯ରେ ଉପଛାୟାରୁ ସମ୍ପୂର୍ଣ୍ଣ ବାହାରିଯିବ । ସେହିପରି ଚନ୍ଦ୍ର ପୃଥିବୀର ଛାୟାରେ ୩ଟା ୧୪ରେ ପ୍ରବେଶ କରିବ ଓ ସନ୍ଧ୍ୟା ୬ଟା ୨୨ରେ ଛାୟାରୁ ସଂପୂର୍ଣ୍ଣ ବାହାରିବ । ତେବେ ଚନ୍ଦ୍ର ପୃଥିବୀର ଉପଛାୟାରେ ଥିବା ବେଳେ ଖାଲି ଆଖିରେ ଗ୍ରହଣ ଦେଖାଯାଏ ନାହିଁ । ଛାୟା ଭିତରକୁ ପ୍ରବେଶ କଲେ ଯାଇ ଖାଲି ଆଖିରେ ଦୃଶ୍ୟମାନ ହୁଏ ।

ତେବେ ସୂର୍ୟ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସରଳରେଖାରେ ରୁହନ୍ତି ଏବଂ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼େ ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ଲାଲ୍ ରଙ୍ଗ ବା ରକ୍ତବର୍ଣ୍ଣ ଧାରଣ କରେ ।

Get real time updates directly on you device, subscribe now.