fbpx

ରାଜନୀତିକୁ ସବୁଦିନ ପାଇଁ ବାଏ ବାଏ କଲେ ରଜନୀକାନ୍ତ, କହିଲେ- ‘ଭବିଷ୍ୟତରେ ଏଥିରେ ଆଉ ପାଦ ରଖିବେନି’

ନୂଆଦିଲ୍ଲୀ: ସୁପରଷ୍ଟାର ଅଭିନେତା ରଜନୀକାନ୍ତ ସୋମବାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ସେ ସବୁ ଦିନ ପାଇଁ ରାଜନୀତି ଛାଡିଛନ୍ତି । ତେଣୁ କରି ସେ ନିଜର ପାର୍ଟି ରଜନୀ ମକ୍କଳ ମନ୍ଦ୍ରମ୍ ବା ଆରଏମଏମ୍ କୁ ଭାଙ୍ଗି ଦେଇଛନ୍ତି । ସେ ଦଳର ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରି ଦଳ ଛାଡ଼ିବା ନେଇ ନିଷ୍ପତି ନେଇଛନ୍ତି ।

ପାର୍ଟିକୁ ଭାଙ୍ଗିବା ସମୟରେ ସେ କହିଛନ୍ତି ଯେ, “ଭବିଷ୍ୟତରେ ରାଜନୀତିକୁ ଆସିବାର କୌଣସି ଯୋଜନା ଆଉ ନାହିଁ । ମୁଁ ରାଜନୀତିରେ ଆଉ ପାଦ ରଖିବାକୁ ଚାହୁଁନି” । ରଜନୀକାନ୍ତ ଏହି ନିଷ୍ପତି ନିଜର ପାର୍ଟିର ପଦାଧିକାରୀଙ୍କ ସହିୀତ ଆଲୋଚନା କରି ନେଇଛନ୍ତି । ସେ ନିଜର ପ୍ରଶଂସକଙ୍କ ସହିତ ବୈଠକ ମଧ୍ୟ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ତିଆରି କରିଥିବା ସଂଗଠନ ଏବେ ରଜନୀ ରସୀଗର୍ ନରାପାନୀ ମନ୍ଦରାମ ନାମରେ ଜଣାଯିବ । ଆଉ ଏହା ଲୋକକଲ୍ୟାଣ ଦିଗରେ କାମ କରିବ ।

ତେବେ ପୂର୍ବରୁ ମଧ୍ୟ ସେ ନିଜର ରାଜନୀତି ଛାଡ଼ିବା ବାବଦରେ କହିଥିଲେ । ହେଲେ ନିକଟରେ ପୁଣିଥରେ ସେ ଏନେଇ ଆଲୋଚନା କରିଛନ୍ତି । ଆଉ ଏଥର ସେ ସବୁ ପ୍ରକାର ଆଶଙ୍କା ଉପରୁ ପରଦା ଉଠାଇଛନ୍ତି । ତେବେ ରଜନୀକାନ୍ତଙ୍କର ଏହି ଘୋଷଣା ପରେ ତାମିଲନାଡ଼ୁ ରାଜନୀତିରେ ଏନେଇ ଆଲୋଚନା-ପର୍ଯ୍ୟାଲୋଚନା ଜୋର୍ ହେବାରେ ଲାଗିଛି । ସୂଚନାଯୋଗ୍ୟ, ପୂର୍ବରୁ ୨୦୨୦, ଡିସେମ୍ବର ୨୯ ତାରିଖରେ ରାଜନୀତି ଛାଡ଼ିବା ନେଇ କହିଥିଲେ ।

Get real time updates directly on you device, subscribe now.