fbpx

ପେଟ୍ରୋଲ ଦାମକୁ ଗଡକରୀ ଦର୍ଶାଇଲେ ବହୁତ ବଡ ସମସ୍ୟା, ଦେଲେ ସମାଧାନର ବିକଳ୍ପ ରାସ୍ତା

ନୂଆଦିଲ୍ଲୀ : କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ନାଗପୁରରେ ଦେଶର ପ୍ରଥମ ବାଣିଜ୍ୟିକ ତରଳ ପ୍ରାକୃତିକ ଗ୍ୟାସ୍(ଏଲଏନଜି) ଫିଲିଂ ଷ୍ଟେସନର ଉଦଘାଟନ କରିଛନ୍ତି। ଏହି ସମୟରେ ଗଡ଼କରୀ କହିଛନ୍ତି, ଏଲଏନଜି, ସିଏନଜି ଓ ଇଥାନଲ ପରି ବିକଳ୍ପ ଇନ୍ଧନର ଅଧିକ ଉପଯୋଗ କଲେ ପେଟ୍ରୋଲର ବର୍ଦ୍ଧିତ ଦାମରୁ ଆଶ୍ଵସ୍ତି ମିଳିବ।

ଗଡକରୀ କହିଛନ୍ତି, ଗାଡିରେ ଇନ୍ଧନ ଭାବେ ଇଥାନଲର  ବ୍ୟବହାର କଲେ ପେଟ୍ରୋଲ ତୂଳନାରେ ଲିଟର ପିଛା ୨୦ ଟଙ୍କା ଶସ୍ତା ରହିବ। ଏଲଏନଜିର ଆର୍ଥିକ ଲାଭ ଉପରେ ସେ କହିଛନ୍ତି, ତଥ୍ୟରୁ ଏହା ଜଣା ପଡୁଛି ଯେ, ଏକ ପାରମ୍ପରିକ ଇଞ୍ଜିନକୁ ଏଲଏନଜିରେ ବଦଳାଇଲେ ହାରାହାରି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଟ୍ରକ ଗୋଟିଏ ବର୍ଷରେ ପାଖାପାଖି ୯୮୦୦୦ କିଲୋମିଟର ଯାତ୍ରା କରିଥାଏ। ଏଲଏନଜି ବଦଳିବା ପରେ ୯-୧୦ ମାସରେ  ଟ୍ରକ ପିଛା ୧୧ ଲକ୍ଷ ଟଙ୍କା ସଞ୍ଚୟ ହୋଇ ପାରିବ।

ଗଡକରୀ କହିଛନ୍ତି, ଆମେ ନିଜର ଅର୍ଥବ୍ୟବସ୍ଥାରେ ପେଟ୍ରୋଲ-ଡିଜେଲ ଓ ପେଟ୍ରୋଲିୟମ ଉତ୍ପାଦର ଆମଦାନୀରେ ୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ଆମ ଦେଶ ପାଇଁ ଏକ ବଡ ଚ୍ୟାଲେଞ୍ଜ। ଏହାକୁ ଦୃଷ୍ଟିରେ ରଖି ଆମେ ଏକ ନୀତି ତିଆରି କରିଛୁ, ଯାହା ଆମଦାନୀକୁ କମ କରିବା ସହ ପ୍ରଦୂଷଣ ମୁକ୍ତ ସ୍ଵଦେଶୀ ଇଥାନଲ, ଜୈବ ସିଏନଜି, ଏଲଏନଜି ଓ ହାଇଡ୍ରୋଜେନ ଇନ୍ଧନର ବିକାଶକୁ ପ୍ରୋତ୍ସାହିତ କରିବ।

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ମନ୍ତ୍ରଣାଳୟ ବିଭିନ୍ନ ବିକଳ୍ପ ଇନ୍ଧନ ଉପରେ କ୍ରମାଗତ କାମ କରୁଛନ୍ତି। ଆମକୁ ଚାଉଳ, ମକା ଓ ଚିନିକୁ ନଷ୍ଟ ହେବାରୁ ବଞ୍ଚାଇବା ବଳକା ପଦାର୍ଥର ଉପଯୋଗ କରିବାକୁ ପଡିବ।  ଫ୍ଲେକ୍ସ ଇଞ୍ଜିନ ବିଷୟରେ ଗଡକରୀ କିହଛନ୍ତି, ଚାରି ଚକିଆ ଓ ଦୁଇ ଚକିଆ ଯାନ ବାହାନ ପାଇଁ ଫ୍ଲେକ୍ସ ଇଞ୍ଜିନ ତିଆରିକୁ ବାଧ୍ୟତାମୂଳକ କରିବା ପାଇଁ ଆଗାମୀ ତିନି ମାସରେ ନିର୍ଣ୍ଣୟ ନିଆଯିବ। ଆମେରିକା, କାନାଡା ଓ ବ୍ରାଜିଲ ପରି ଅନେକ ଦେଶ ପାଖରେ ଫ୍ଲେକ୍ସ ଇଞ୍ଜିନ ବହୁ ପୂର୍ବରୁ ରହିଛି ବୋଲି  ସେ କହିଛନ୍ତି।

Get real time updates directly on you device, subscribe now.