fbpx

ଚଳିତବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା: ୨୩ରୁ ରିଚେକିଙ୍ଗ ପାଇଁ ଆବେଦନ

ଭୁବନେଶ୍ୱର: ଆଜି ମାଟ୍ରିକ ପିଲାଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ଓଡିଶାର ରେଜଲ୍ଟ ଚଳିତବର୍ଷ ୯୬.୪୦% ଥିବା ବେଳେ ଏଥିରୁ ଛାତ୍ରୀଙ୍କ ପାସ୍ ହାର ୯୭.୦୫ ଏବଂ ଛାତ୍ର ୯୫.୬୮% ହାରରେ ପାସ୍ କରିଛନ୍ତି । ତେବେ ଏହାପରେ ଆସନ୍ତା ୨୩ ତାରିଖରୁ ପିଲାମାନେ ଖାତା ରିଚେକିଙ୍ଗ ପାଇଁ ଆବେଦନ କରିପାରିବେ ବୋଲି ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀମତି ପ୍ରମିଳା ମଲ୍ଲିକ । ହାଇସ୍କୁଲ ପାଇଁ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ । ତେବେ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ପାଇଁ ଅଫଲାଇନରେ ଆବେଦନ କରିବେ ମାଟ୍ରିକ ପରୀକ୍ଷାର୍ଥୀ । ଏ ନେଇ ବୋର୍ଡର ଉପସଭାପତି ନିହାର ମହାନ୍ତି ସୂଚନା ଦେଇଛନ୍ତି ।

ଏହାବ୍ୟତୀତ ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ପ୍ରମିଳା ମଲ୍ଲିକ । ମାଟ୍ରିକ ପରୀକ୍ଷାରେ ଫେଲ କିମ୍ବା ଡ୍ରପ-ଆଉଟ ରହିଥିବା ପିଲାମାନଙ୍କ ପାଇଁ ଏହି ପରୀକ୍ଷା ଆୟୋଜିତ ହେବ ବେଲି ସେ ସୂଚନା ଦେଇଛନ୍ତି । ତେବେ ଏ ନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ, ଚଳିତବର୍ଷ ୫ ଲକ୍ଷ ୪୧ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିବା ବେଳେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ତେବେ ଚଳିତବର୍ଷ ମୋଟ ୩୨୨୨ ସ୍କୁଲରେ ରେଜଲ୍ଟ ଶତ ପ୍ରତିଶତ ରହିଥିବା ସୂଚନା ମିଳିଛି । ଚଳିତବର୍ଷ ମୋଟ ପାସ୍ ହାର ୯୬.୪୦ % ରହିଥିବା ବେଳେ ଏଥିରୁ ୪,୧୫୮ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡସ୍ପୋସ୍ କରିଛନ୍ତି । ଏହାବ୍ୟତୀତ ୨୯,୮୩୮ ଜଣ ପିଲା ଏ୨ ଗ୍ରେଡ ପାଇଥିବା ବେଳେ ବତି୧ରେ ୭୭,୫୬୭ ଏବଂ ବି୨ ଗ୍ରେଡରେ ୧,୧.୭୫୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ପରୀକ୍ଷାରେ ଛାତ୍ରୀଙ୍କ ପାସ୍ ହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୫.୭୫% । ସେହିପରି କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୯% ରେକର୍ଡ କରାଯାଇଛି । ତେବେ ମାଲକାନାଗିରିରେ ସର୍ବନିମ୍ନ ପାସ୍ ହାର ରେକର୍ଡ କରାଯାଇଛି । ଏହି ଜିଲ୍ଲାରେ ମୋଟ ୯୨. ୬୮% ପିଲା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

Get real time updates directly on you device, subscribe now.