ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଡ଼ା ଚେତାବନୀ, ବାହାରୁ ଧାନ କିଣିଲେ ହେବ..

ଭୁବନେଶ୍ବର: ଗତ 20 ତାରିଖରୁ ଧାନ କିଣା ଆରମ୍ଭ ହୋଇଛି । ପ୍ରଥମେ ବରଗଡ ପରେ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହାରି ଭିତରେ ଆଜି ମିଲଙ୍କୁ କଡା ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କୁହାଯାଇଛି । କଟନୀ ଛଟନୀ ଉପରେ ମଧ୍ୟ ସରକାର ଧ୍ୟାନ ଦେଇଛନ୍ତି । 4ଟି ମଣ୍ଡିକୁ ନେଇ ଗୋଟିଏ ଲେଖାଏଁ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି ।

ଯୋଗାଣ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ ମଣ୍ଡିରେ କୌଣସି ପ୍ରକାର ଅବ୍ୟବସ୍ଥାକୁପ ବରଦାସ୍ତ କରାଯିବ ନାହିଁ । ମିଲକୁ ସିଲ୍ କରାଯିବା ସହିତ କଳା ତାଲିକାଭୁକ୍ତ କରାଯିବ । ନୂଆପଡାରେ ଏହି କାରଣ ପାଇଁ ମିଲକୁ ସିଲ୍ କରାଯାଇଛି । ଆଗରୁ ଯିଏ ଏଭଳି କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ” ଏଣିକି 3100 ଟଙ୍କା କ୍ବିଣ୍ଟାଲ ପିଛା କିଣିବେ । କେନ୍ଦ୍ର ସରକାରଙ୍କ ଏମଏସପି ମୂଲ୍ୟ 2300 ଟଙ୍କା ରହିଥିବା ବେଳେ ରାଜ୍ୟ ସରକାର ଆଉ 800 ଟଙ୍କା ଅତିରିକ୍ତ ସବସିଡି ପ୍ରଦାନ କରିବେ । ସୂଚନା ଅନୁସାରେ, ଡିସେମ୍ବର 8 ତାରିଖରେ ବରଗଡ ଜିଲ୍ଲାର ସାହେଲା ଠାରେ ରାଜ୍ୟ ସ୍ତରୀୟ କୃଷକ ସମାବେଶ ହେବ । ଏଠାରେ କୃଷକମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରାଯିବ ।