fbpx

ଏଲପିଜି ଗ୍ୟାସ ଓ ପେଟ୍ରୋଲ ବୃଦ୍ଧି ନେଇ କେନ୍ଦ୍ରକୁ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ- ‘ଆହୁରି ବଢ଼ିବ ଦରଦାମ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଲପିଜି ଗ୍ୟାସ୍ ସିଲିଣ୍ଡର ଓ ପେଟ୍ରୋଲ, ଡିଜେଲ ଦରଦାମ୍ ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପେଟ୍ରୋଲିୟମ ସାମଗ୍ରୀକୁ ପଲିଟିକାଲ ଟୁଲ ଭାବେ କେନ୍ଦ୍ର ସରକାର ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପରେ ନିୟମିତ ଭାବେ ପେଟ୍ରୋଲିୟମ ସାମଗ୍ରୀର ଦାମ୍ ବଢ଼ୁଥିବା ସେ କହିଛନ୍ତି ।

କେନ୍ଦ୍ର ସରକାର କୋଭିଡ ଆଳରେ ସେସ୍ ଲାଗୁ କରିବାରୁ ରାଜ୍ୟର ଲାଭ କମିଯାଉଛି । ଲଗାମ ସେମାନଙ୍କ ହାତରେ ରହିଛି ଓ ସେମାନେ ବ୍ଲାକମେଲ କରୁଛନ୍ତି ବୋଲି ରଣେନ୍ଦ୍ର ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦେଶରେ ସାଧାରଣ ଖାଉଟିଙ୍କ ଅବସ୍ଥା ଭଲ ନାହିଁ । ଏହା ସହ ଆଗକୁ ସ୍ଥିତି ଆହୁରି ଖରାପ ହେବ ବୋଲି ରଣେନ୍ଦ୍ର ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.