ରାମ ରହିମଙ୍କ ବିରୋଧରେ ଅସଦାଚରଣ ମାମଲାର ଶୁଣାଣି ପାଇଁ ଅନୁମତି ଦେଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କ ବିରୋଧରେ ହୋଇଥିବା ଅପମାନ ମାମଲାର ଶୁଣାଣି ପାଇଁ ବୁଧବାର ସୁପ୍ରିମ୍ କୋର୍ଟ ବାଟ ସଫା କରିଛନ୍ତି । ପଞ୍ଜାବ ଓ ହରିୟାଣା ହାଇକୋର୍ଟ ୨୦୧୫ରେ ଗୁରୁ ଗ୍ରନ୍ଥ ସାହିବଙ୍କ ଅପମାନ ମାମଲାରେ ରାମ ରହିମଙ୍କ ଶୁଣାଣି ଉପରେ ରୋକ୍ ଲଗାଇଥିଲେ ।

ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଦେଇଥିବା ଶୁଣାଣି ଉପରେ ରହିତାଦେଶକୁ ଚ୍ୟାଲେଞ୍ଜ କରି ପଞ୍ଜାବ ସରକାରଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ପିଟିସନର ଶୁଣାଣି କରି ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହି ମାମଲାର ଶୁଣାଣି କରିଛନ୍ତି ।

୨୦୨୧ ମସିହାରେ ରାମ ରହିମ ଗୁରୁ ଗ୍ରନ୍ଥ ସାହିବଙ୍କ ଅପମାନ ସହ ଜଡିତ ତିନୋଟି ପୃଥକ ମାମଲାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ୨୦୧୫ ଜୁନ୍ ରୁ ଅକ୍ଟୋବର ମଧ୍ୟରେ ଏହି ମାମଲାରେ ରାମ ରହିମଙ୍କୁଅଭିଯୁକ୍ତ କରିଥିଲା ପଞ୍ଜାବ ସରକାରଙ୍କ ଏସଆଇଟି ।

Get real time updates directly on you device, subscribe now.