fbpx
BJD SKY
BJD SKY

ଅଦାନୀ ବନାମ ହିଣ୍ଡେନ୍‌ବର୍ଗ ମାମଲା: ଆସିଲା ସୁପ୍ରିମକୋର୍ଟର ଶୁଣାଣି, ଯାଞ୍ଚ ପାଇଁ SEBI କୁ ୨ମାସ ସମୟ

BJD

ନୂଆଦିଲ୍ଲୀ:ଅଦାନୀ-ହିଣ୍ଡେନ୍‌ବର୍ଗ ମାମଲାର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅବସରପ୍ରାପ୍ତ ଜଷ୍ଟିସ୍ ଏ ଏମ୍ ସପ୍ରେ କୋର୍ଟ ଗଠନ କରିଥିବା କମିଟିର ନେତୃତ୍ୱ ନେବେ। କେବଳ ଏତିକି ନୁହେଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ SEBI ଏହି ଘଟଣାର ତଦନ୍ତ ଜାରି ରଖିବ ଏବଂ ଦୁଇ ମାସ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ।

ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେହିଣ୍ଡେନ୍‌ବର୍ଗ ରିପୋର୍ଟ ଏବଂ ମାର୍କେଟ ଉଲ୍ଲଂଘନ ସମେତ ଉଭୟ ଅଭିଯୋଗର ତଦନ୍ତ କରିସାରିଛି। ଏଭଳି ପରିସ୍ଥିତିରେ SEBI ର ତଦନ୍ତ ଜାରି ରହିବ । SEBI କୁ ଦୁଇ ମାସ ମଧ୍ୟରେ ଏହାର ରିପୋର୍ଟ ଉପସ୍ଥାପନ କରିବାକୁ ପଡିବ ।କେବଳ ଏତିକି ନୁହେଁ, ହିଣ୍ଡେନ୍‌ବର୍ଗ ରିପୋର୍ଟ ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି।

ଅବସରପ୍ରାପ୍ତ ଜଷ୍ଟିସ୍ ଏ ଏମ୍ ସପ୍ରେ କେଲଙ୍କ ବ୍ୟତୀତ ଏହି କମିଟିରେ ଓପି ଭଟ୍ଟ, ଜଷ୍ଟିସ୍ କେ.ପି ଦେବଦତ୍ତ, କେ.ଭି କମାତ , ଏନ ନୀଲକେଣୀ , ସୋମଶେଖର ସୁନ୍ଦରେସନ ସାମିଲ ଅଛନ୍ତି।ସୂଚନାମୁତାବକ ଆମେରିକାର ଫାର୍ମ ହିଣ୍ଡେନ୍‌ବର୍ଗ ନିକଟରେ ଗୌତମ ଅଦାନୀଙ୍କ ନେତୃତ୍ୱରେ ଅଦାନୀ ଗ୍ରୁପ୍ ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯାହାପରେ ବିବାଦ ଆରମ୍ଭ ହେଇଥିଲା ।

ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟରେ ଦର୍ଶାଯାଇଥିଲା ଅଦାନୀ ସମୁହ ଏହାର ନିବେଶକ ମାନଙ୍କ ସହିତ ବିରାଟ ଠକେଇ କରିଛି । ତେବେ ହିଣ୍ଡେନ୍‌ବର୍ଗ ଅନୁସନ୍ଧାନର ଦାବି କେତେ ସତ୍ୟ ବା ମିଥ୍ୟା, ଏହା ଏକ ବିସ୍ତୃତ ଏବଂ ନିରପେକ୍ଷ ଅନୁସନ୍ଧାନ ପରେ ହିଁ ଜଣା ପଡିବ, କିନ୍ତୁ ଷ୍ଟକ୍ ମାର୍କେଟ ଏବଂ ବହୁ ଆନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ ଏହି ରିପୋର୍ଟକୁ କେତେ ଗୁରୁତର ସହ ନେଇଛନ୍ତି, ସେମାନଙ୍କ ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ହୋଇଛି ।କିନ୍ତୁ ଏହି ରିପୋର୍ଟରେ ଜନସାଧାରଣ ଭ୍ରମିତ ହୋଇଥିବା ଦାବି କରାଯାଇଛି ।

ହିଣ୍ଡେନ୍‌ବର୍ଗରିପୋର୍ଟ ପରେ ସୁପ୍ରିମକୋର୍ଟରେ ଏହି ମାମଲାରେ ଅନେକ ନିବେଦନ କରାଯାଇଛି। ହିଣ୍ଡେନ୍‌ବର୍ଗ ରିପୋର୍ଟରେ ଅଦାନୀ ଗୋଷ୍ଠୀ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଆବେଦନକାରୀ ଦାବି କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟ୬ ଜଣ ସଦସ୍ୟଙ୍କ ଏକ କମିଟି ଗଠନ କରିଛନ୍ତି।

Get real time updates directly on you device, subscribe now.