fbpx

ସର୍ବଦା ଶରୀର ରହିବ ଶକ୍ତିଶାଳୀ, ବହୁତ କାମ ଆସିବ ସଦଗୁରୁଙ୍କ ଏହି ଟିପ୍ସ

ନୂଆଦିଲ୍ଲୀ: ସୁସ୍ଥ ଶରୀର ପାଇଁ ଡାଇଜେସନ ଅର୍ଥାତ ହଜମ ପ୍ରକ୍ରିୟା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏକ୍ସପର୍ଟ ମାନଙ୍କ କହିବା ଅନୁସାରେ, ବହୁତ ଗୁଡିଏ ରୋଗ ପେଟ ବା ଖରାପ ହଜମ ପ୍ରକ୍ରିୟାକୁ ନେଇ ହୋଇଥାଏ । ହଜମ ପ୍ରକ୍ରିୟାକୁ ଠିକ୍ ରଖିବା ପାଇଁ ବନ୍ଧୁତ୍ୱପୂର୍ଣ୍ଣ ଜିନିଷ ଖାଇବା ନିହାତି ଆବଶ୍ୟକ । ଜଗୀ ବାସୁଦେବ ସଦଗୁରୁ କହିଛନ୍ତି ଯେ, ଡାଇଜେସନ ସଠିକ୍ ହେବା ଯୋଗୁଁ ଶରୀର ଶକ୍ତିଶାଳୀ ହୋଇଥାଏ । ସେଥିପାଇଁ ଅନେକ ଜିନିଷ ଖାଇବା ଦରକାର ।

ପାଚନ ପ୍ରକ୍ରିୟାକୁ ଜାଥଗ୍ନି କୁହାଯାଏ ଅର୍ଥାତ ପାଚକ ଅଗ୍ନି । ସଦଗୁରୁ କୁହନ୍ତି ଏହି ଅଗ୍ନି ସେତେବେଳେ ଅଧିକ ଜଳିଥାଏ ଯେତେବେଳେ ଫଳର ସେବନ କରାଯାଇଥାଏ । ଫଳକୁ ପର୍ଯ୍ୟାପ୍ତ ମାତ୍ରାରେ ସେବନ କଲେ ଏହା ପାଚନ ପ୍ରଣାଳୀକୁ ସଠିକ୍ କରିବା ସହିତ ଆପଣଙ୍କୁ ସବୁ ବୟସରେ ଶକ୍ତିଶାଳୀ ରଖିଥାଏ । ଏହା ବ୍ୟତୀତ ଅନେକ ଖାଦ୍ୟ ଅଛି ଯାହାକି ଶରୀରକୁ ସଠିକ୍ ରଖିବାରେ ସାହାଯ୍ୟ କରିଥାଏ ।

-ଫଳକୁ ପ୍ରକୃତି ନିଜେ ରୋଷେଇ କରିଥାଏ । ପର୍ଯ୍ୟାପ୍ତ ମାତ୍ରାରେ ଫଳର ସେବନ ହଜମ ପ୍ରକ୍ରିୟାକୁ ସଠିକ୍ ରଖିବାରେ ସାହାଯ୍ୟ କରିଥାଏ । ଫଳର ସେବନ ଦ୍ୱାରା ଆପଣଙ୍କ ଜୀବନ ଶୈଳୀ ଯାହା ହୋଇଥିଲେ ମଧ୍ୟ ଏହା ଖାଦ୍ୟ ହଜମ କରିଥାଏ । ଯଦି ଆପଣ ପରିଶ୍ରମ କରୁଛନ୍ତି ତେବେ ଆପଣଙ୍କୁ ଶିଘ୍ର ଭୋକ ଲାଗିବ । ହେଲେ ଶରୀରକୁ ଶକ୍ତି ଯୋଗାଇବା ପାଇଁ ଫଳର ସେବନ କରିବା ନିହାତି ଆବଶ୍ୟକ ।

-ମହୁ ପୃଥିବୀରେ ଏପରି ଏକ ଜିନିଷ ଯାହାର ରାସାୟନିକ ସଞ୍ଚାଳନ ପାଖାପାଖି ମଣିଷର ରକ୍ତ ସଞ୍ଚଳନ ପରି ହୋଇଥାଏ । ମହୁକୁ ଯଦି ଦୈନିକ ସେବନ କରାଯାଏ ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ କିଛି କରିଥାଏ । ଖାସକରି ସେହି ଲୋକ ମହୁର ସେବନ କରିବା ଦରକାର ଯେଉଁମାନଙ୍କର ଅଧିକ ଶ୍ୱାସ ସମସ୍ୟା ଥାଏ । ମହୁ ମନ ଏବଂ ହୃଦୟ ପାଇଁ ଉତ୍ତମ ଅଟେ । ଏହା ଆପଣଙ୍କ ମନକୁ ସତର୍କ ରଖିଥାଏ ଏବଂ ଶରୀରକୁ ବହୁତ ଶକ୍ତି ପ୍ରଦାନ କରିଥାଏ ।

– ୧୫ ଦିନକୁ ଥରେ Thaai mann ପ୍ୟାକ୍ ଲଗାନ୍ତୁ , ଏହା ୫ଟି ଭିନ୍ନ ଦିଗର ମିଶ୍ରଣ ଅଟେ । ଏଥିରେ ପ୍ରାୟ ୫୦ ପ୍ରତିଶତ ମାଟି ଏବଂ କିଛି ପରିମାଣର ସବୁଜ ମୁଗଡାଲିର ଗୁଣ୍ଡ ମିଶିଥାଏ । ଏହା ସହ ଏଥିରେ ଜୈବିକ କର୍ପୂର ଏବଂ ରିଠା ପାଉଡର ଭଳି ଆୟୁର୍ବେଦ ଔଷଧ ମିଶି ରହିଥାଏ । ଏହି ମିଶ୍ରଣକୁ ଆପଣ ଶରୀରରେ ମଧ୍ୟ ଲଗାଇ ପାରିବେ । Thaai mann ଲଗାଇବା ଦ୍ୱାରା ତ୍ୱାଚାର ରୂମରେ ଥିବା ଛିଦ୍ରକୁ ଖୋଲିଦେଇଥାଏ । ଏହାଦ୍ୱାରା ଶରୀର ଉଜ୍ୱଳ ଦେଖାଯାଇଥାଏ ।

Get real time updates directly on you device, subscribe now.