fbpx

ଜିଏନ୍ ସାଇବାବାଙ୍କ ମୁକ୍ତିକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ୍ ସାଇବାବାଙ୍କ ମୁକ୍ତିକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ଜିଏନ୍ ସାଇବାବାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମହାରାଷ୍ଟ୍ର ସରକାର ଏହା ଉପରେ ରୋକ ଲଗାଇବାକୁ ନିବେଦନ କରିଥିଲେ। ସାଇବାବା ଗତ ୧୦ ବର୍ଷ ଧରି ମାଓ ଲିଙ୍କ୍ ଅଭିଯୋଗରେ ଜେଲରେ ଥିଲେ। ୟୁଏପିଏ ଅଧୀନରେ ତାଙ୍କୁ ଗିରଫ କରାଯାଇଥିଲା।

ସାଇବାବାଙ୍କ ମୁକ୍ତି ଆଦେଶ ଉପରେ ରୋକ ଲଗାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି ଏବଂ କହିଛନ୍ତି ଯେ ପ୍ରାଥମିକ ଦୃଷ୍ଟିରୁ ସାଇବାବାଙ୍କୁ ମୁକ୍ତ କରିବାପାଇଁ ଯଥେଷ୍ଟ କାରଣ ରହିଛି। ଗତ ସପ୍ତାହରେ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ସାଇବାବାଙ୍କ ସମେତ ଅନ୍ୟ ୫ ଜଣଙ୍କୁ ଦୋଷମୁକ୍ତ କରିଥିଲେ।

ସେମାନେ ଚାହିଁଲେ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ଆବେଦନ କରିପାରିବେ ବୋଲି କୋର୍ଟ କହିଥିଲେ। ଏମାନଙ୍କ ବିରୋଧରେ ୟୁଏପିଏ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସାଇବାବାଙ୍କୁ ୨୦୧୪ରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ଗିରଫ କରାଯାଇଥିଲା। ମାଓସଂଗଠନ ସହ ତାଙ୍କର ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ୨୦୧୭ ମସିହାରେ ତାଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ, କିନ୍ତୁ ୧୪ ଅକ୍ଟୋବର ୨୦୨୨ରେ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ଜିଏନ୍ ସାଇ ବାବାଙ୍କୁ ମୁକ୍ତ କରିଥିଲେ। ଅକ୍ଟୋବର ୧୫ରେ ସୁପ୍ରିମକୋର୍ଟର ଜଷ୍ଟିସ ଏମଆର ଶାହା ଓ ଜଷ୍ଟିସ ବେଲା ତ୍ରିବେଦୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ୨୪ ଘଣ୍ଟା ମଧ୍ୟରେ ହାଇକୋର୍ଟଙ୍କ ରାୟକୁ ଉଲ୍ଲଂଘନ କରିଥିଲେ।

Get real time updates directly on you device, subscribe now.