fbpx

ଟଙ୍କା ରୋଜଗାର ପାଇଁ ଶିକ୍ଷା କୌଣସି ବ୍ୟବସାୟ ନୁହେଁ, ଟ୍ୟୁସନ୍ ଫିସ୍ ଶସ୍ତା ହେବା ଉଚିତ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟଙ୍କା ରୋଜଗାର ପାଇଁ ଶିକ୍ଷା ଲାଭ କରିବା କୌଣସି ବ୍ୟବସାୟ ନୁହେଁ ଓ ଟ୍ୟୁସନ୍ ଫିସ୍ ସବୁବେଳେ ଶସ୍ତା ହେବା ଆବଶ୍ୟକ ବୋଲି ସୋମବାର ଦିନ କହିଛନ୍ତି ସୁପ୍ରିମକୋର୍ଟ । ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ସରକାର ବାର୍ଷିକ ଫିସ୍ ୨୪ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଧାର୍ଯ୍ୟ ଶୁଳ୍କଠାରୁ ସାତଗୁଣ ଅଧିକ । ପରେ ଏହାକୁ ହାଇକୋର୍ଟ ଖାରଜ କରିଥିଲେ । ସୋମବାର ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ ସମର୍ଥନ କରି ଜଷ୍ଟିସ ଏମ.ଆର. ଶାହା ଓ ଜଷ୍ଟିସ୍ ସୁଧାଂଶୁ ଧୁଲିଆ ଏହି ଟିପ୍ପଣୀ ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶ ସରକାର ୬ ସେପ୍ଟେମ୍ବର ୨୦୧୭ରେ ନିଜ ସରକାରୀ ନିର୍ଦ୍ଦେଶରେ ଏମବିବିଏସ ଛାତ୍ରଙ୍କ ଟ୍ୟୁସନ୍ ଫିସ୍ ବୃଦ୍ଧି କରିଥିଲେ । କୋର୍ଟଙ୍କ କହିବା ମୁତାବକ, ‘୨୦୧୭-୨୦୨୦ ବର୍ଷ ପାଇଁ ପାଠ୍ୟକ୍ରମ ଶୁଳ୍କ ବୃଦ୍ଧି ସମ୍ପର୍କରେ ୬ ସେପ୍ଟେମ୍ବର ୨୦୧୭ରେ ହାଇକୋର୍ଟ ଯେଉଁ ସରକାରୀ ନିର୍ଦ୍ଦେଶକୁ ଖାରଜ କରିଥିଲେ, ଆମ ମତରେ ସେଥିରେ କିଛି ଭୁଲ୍ ନାହିଁ । ବାର୍ଷିକ ୨୪ ଲକ୍ଷ ଟଙ୍କା କରତିବା ଅର୍ଥାତ୍ ପୂର୍ବ ନିର୍ଦ୍ଧାରିତ ଫିର ସାତଗୁଣ ଅଧିକ କରିବା ବିଲକୁଲ ଠିକ୍ ନୁହେଁ । ଶିକ୍ଷା ଲାଭଜନକ ବ୍ୟବସାୟ ନୁହେଁ । ଟ୍ୟୁସନ ଫି ସବୁବେଳେ ଶସ୍ତା ହେବା ଉଚିତ୍ ।’

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ୟୁସନ ଫି ନିର୍ଦ୍ଧାରଣ / ସମୀକ୍ଷା କରିବାବେଳେ ଆଡମିଶନ ଏବଂ ଫି ନିୟାମକ କମିଟି (ଏଏଫଆରସି) ଦ୍ୱାରା ବିଚାର କରାଯିବା ଉଚିତ୍ । ଆନ୍ଧ୍ରପ୍ରଦେଶ ହାଇକୋର୍ଟ ୬ ସେପ୍ଟେମ୍ବର ୨୦୧୭ ରେ ସରକାରୀ ଆଦେଶ ଅଧିନରେ ଟ୍ୟୁସନ ଫି ଫେରସ୍ତ ପାଇଁ ନିର୍ଦ୍ଦେଶ ଦେବାରେ କୌଣସି ଭୁଲ କରିନାହାଁନ୍ତି । ତେଣୁ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତି ବିଲକୁଲ ଉଚିତ୍ ।

Get real time updates directly on you device, subscribe now.