fbpx

ହେ ଭଗବାନ ! ଶୀଘ୍ର ସମସ୍ତଙ୍କ ଟିକାକରଣ ହୋଇଯାଉ, ପୂର୍ବପରି ସମସ୍ତେ କୋର୍ଟରେ ନଜର ଆସନ୍ତୁ

Advertisement

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଗତି ଉପରେ ବ୍ରେକ୍ ଲାଗିଥିଲେ ମଧ୍ୟ ଟିକାକରଣ ଧିମେଇ ଯିବା ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି। ଏହି ଚିନ୍ତା କେବଳ ସରକାରଙ୍କୁ ନୁହେଁ, ବିଚାରପତିଙ୍କୁ ମଧ୍ୟ ଘାରୁଛି। ଏଥିପାଇଁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ମଙ୍ଗଳବାର ଏକ ଶୁଣାଣିରେ ଈଶ୍ଵରଙ୍କ ପ୍ରାର୍ଥନା କରିଛନ୍ତି। ବିଚାରପତି କହିଛନ୍ତି, ହେ ଭଗବାନ ଖୁବ୍ ଶୀଘ୍ର ସମସ୍ତଙ୍କ ଟିକାକରଣ ହୋଇଯାଉ ଯଦ୍ଵାରା ସୁପ୍ରିମକୋର୍ଟରେ ପୂର୍ବ ପରି ଶୁଣାଣି ହୋଇ ପାରିବ।

କୋର୍ଟରେ ଏକ ଜାମିନ ଆବେଦନର ଶୁଣାଣି ସମୟରେ ଆବେଦନକାରୀଙ୍କ ଟିପ୍ପଣୀ ଉପରେ ଜବାବ ଦେଇ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ପୀଠ କହିଛନ୍ତି, ମୁଁ ପ୍ରାର୍ଥନା କରୁଛି ଯେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ସେହି ସମୟରେ ଯେମିତି ସମସ୍ତେ ସାମ୍ନାରେ ଥିବେ। କୋର୍ଟ ପୂର୍ବ ପରି ଦେଖାଯିବ। ଉଲ୍ଲେଖନୀୟ ୨୦୨୦ ମାର୍ଚ୍ଚରୁ ସୁପ୍ରିମକୋର୍ଟରେ ଭର୍ଚୁଆଲ ଶୁଣାଣି ଜାରି ରହିଛି।

ଅନ୍ୟ ଏକ ମାମଲାରେ ବିଚାରପତି ଚନ୍ଦ୍ରଚୂଡ କୋଭିଡ୍ ସଂକ୍ରମଣ ସମୟରେ ନିଜର ଆଇସୋଲେସନର ଅନୁଭବକୁ ବଖାଣିଥିଲେ। ଶୁଣାଣି ସମୟରେ ଯେବେ ମାସ୍କ ଓ ଟିକା ଉପରେ ଆଲୋଚନା ଆରମ୍ଭ ହେଲା ସେଠାରେ ଆଡଭୋକେଟ୍ ଅଭିଷେକ ମନୁ ସିଙ୍ଘଭି, ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଉପସ୍ଥିତ ଥିଲେ। ଚନ୍ଦ୍ରଚୂଡ କହିଛନ୍ତି, ସେ ୧୮ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ଥିଲେ। ସେ ଏବଂ ତାଙ୍କ ପତ୍ନୀ ଉଭୟ କୋଭିଡ୍ ସଂକ୍ରମିତ ଥିଲେ। ନିଜ ସମୟ ଅତିବାହିତ ପାଇଁ ସେ ପୁସ୍ତକର ସାହାରା ନେଇଥିଲେ ବୋଲି ବିଚାରପତି କହିଛନ୍ତି।

Get real time updates directly on you device, subscribe now.