fbpx

ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ବୋର୍ଡ ପରୀକ୍ଷା ପ୍ରସଙ୍ଗ…

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ କରୋନା ସମୟରେ ମଧ୍ୟ ଦ୍ୱାଦଶ ପରୀକ୍ଷା ଏ ପର୍ଯ୍ୟନ୍ତ ବାତିଲ୍ ନହେବାକୁ ନେଇ ସୁପ୍ରିମ କୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଏହା ସହ କୋର୍ଟ କହିଛନ୍ତି ଯଦି କୌଣସି ଛାତ୍ରଙ୍କ ମୃତ୍ୟୁ ହୁଏ ତା’ହେଲେ ସରକାରଙ୍କୁ ୧ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିବ ।

କେନ୍ଦ୍ର ଏବଂ ବାକି ରାଜ୍ୟଙ୍କ ତରଫରୁ ଦ୍ୱାଦଶ ପରୀକ୍ଷା ରଦ୍ଧ କରାଯାଇଥିଲେବି ଆନ୍ଧ୍ର ସରକାର ପରୀକ୍ଷା କରୁଥିବା ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ଜଷ୍ଟିସ ଏଏମ ଖାନଭିଲକର ଏବଂ ଦିନେଶ ମହେଶ୍ୱରୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ‘ଯଦି କୌଣସି ଛାତ୍ରଙ୍କ ମୃତ୍ୟୁ ହୁଏ ତା’ହେଲେ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦେବାର ଆଦେଶ ଦିଆଯିବ । ଯେତେବେଳେ ବାକି ବୋର୍ଡ ପରୀକ୍ଷା ରଦ୍ଧ କରିସାରିଛନ୍ତି ସେତେବେଳେ ଆନ୍ଧ୍ର ପ୍ରଦେଶ ନିଜକୁ ଅଲଗା କାହିଁକି ଦେଖାଇବାକୁ ଚାହୁଁଛି ।’

କୋର୍ଟ କହିଛନ୍ତି ଏମିତି କିଛି ରାଜ୍ୟ ରହିଛି ଯେଉଁମାନେ ମୃତକଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ଦେଉଛନ୍ତି । ସୁପ୍ରିମକୋର୍ଟ ରାଜ୍ୟରେ ବୋର୍ଡ ପରୀକ୍ଷା ରଦ୍ଧ କରିବା ଦାବି ଉପରେ ଯାଚିକାର ଶୁଣାଣି କରିବା ସହ ଆନ୍ଧ୍ର ପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ ଯେ ସେ ସରକାରୀ ଏବଂ ଘରୋଇ ସଂସ୍ଥା ଗୁଡ଼ିକର ନାମ କୁହନ୍ତୁ ଯେଉଁମାନେ ମହାମାରୀ ସମୟରେ ମଧ୍ୟ ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି । କୋର୍ଟ ସରକାର ଙ୍କୁ ଏହା ମଧ୍ୟ କହିବାକୁ କହିଛନ୍ତିକି ନିଷ୍ପତି ନେବା ପୂର୍ବରୁ ଉଭୟ ପକ୍ଷ ସହ କଥାବାର୍ତ୍ତା କରିଛନ୍ତି କି ନାହିଁ ।

ସୂଚନାଯୋଗ୍ୟ ସୁପ୍ରିମ କୋର୍ଟ ସମସ୍ତ ରାଜ୍ୟର ଶିକ୍ଷା ବୋର୍ଡକୁ ଆଦେଶ ଦେଇଛନ୍ତି ଯେ ସେମାନେ ୧୦ ଦିନ ମଧ୍ୟରେ ଅନ୍ତରୀଣ ମୂଲ୍ୟାଙ୍କନ ଯୋଜନା ପ୍ରସ୍ତୁତ କରନ୍ତୁ ଏବଂ ୩୧ ଜୁଲାଇ ସୁଦ୍ଧା ଫଳାଫଳ ଘୋଷଣା କରନ୍ତୁ ।

Get real time updates directly on you device, subscribe now.