ସ୍ତ୍ରୀ-ସ୍ବାମୀ ଗୋଟିଏ ପଦବୀରେ ଚାକିରି କରୁଥିଲେ ମିଳିବନି ଭରଣପୋଷଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ସ୍ବାମୀ-ସ୍ତ୍ରୀଙ୍କର ଆର୍ଥିକ ଏବଂ ସାମାଜିକ ସ୍ଥିତି ଠିକ୍ ରହିଥିଲେ ଭରଣପୋଷଣ ଦେବାର ଆବଶ୍ୟକତା ନାହିଁ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜଣେ ମହିଳାଙ୍କର ଆବେଦନ ଉପରେ ସୁପ୍ରିମକୋର୍ଟ ଏଭଳି କହିଛନ୍ତି ।

ବିଚାରପତି ଜଷ୍ଟିସ ଅଭୟ ଓସ ଓକା ଓ ଜଷ୍ଟିସ ଉଜ୍ବଳଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ତେବେ ଏକ ଆବେଦନ ଉପରେ ଖଣ୍ଡପୀଠ ରାୟ ଶୁଣାଇ କହିଥିଲେ, ଆବେଦନକାରୀ ସ୍ତ୍ରୀ ଏବଂ ସ୍ବାମୀ ଗୋଟିଏ ପଦବୀରେ କାର୍ଯ୍ୟରତ ରହିଛନ୍ତି । ଅନ୍ୟପଟେ ମହିଳାଜଣକ ଆତ୍ମନିର୍ଭରଶୀଳ ମଧ୍ୟ ରହିଛନ୍ତି ।

ମହିଳା ଯେତିକି ରୋଜଗାର କରୁଛନ୍ତି ସେ ନିଜର ଆବଶ୍ୟକତା ପୂରଣ କରିପାରିବେ । ଏହି ପରିସ୍ଥିତିରେ ସ୍ବାମୀ ଭରଣପୋଷଣ ଦେବାର ଆବଶ୍ୟକତା ନାହିଁ ।

ଏପରିସ୍ଥିତିରେ ମହିଳାଙ୍କର ଆବଦନକୁ ଖାରଜ କରାଯିବ । ପ୍ରକାଶଥାଉକି, ନିମ୍ନ ଅଦାଲତ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟ ମହିଳାଙ୍କ ଦାବିକୁ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ତେବେ ମହିଳାଜଣକ ନିଜର ଆବେଦନରେ ଦର୍ଶାଇଥିଲେ ଯେ, ତାଙ୍କର ସ୍ବାମୀ 1 ଲକ୍ଷ ଟଙ୍କା ଦରମା ପାଉଛନ୍ତି । ମୁଁ 60 ହଜାର ଦରମା ପାଉଛି । ଏଭଳି ସ୍ଥିତିରେ ମୋତେ ଭରଣପୋଷଣ ଦେବାର ଆବଶ୍ୟକତା ରହିଥିବା ନେଇ ସେ ଦର୍ଶାଇଥିଲେ ।