fbpx

‘ଦୋକାନରେ Name Plate’ ଆଦେଶ ଉପରେ ସୁପ୍ରିମ ରାୟ: ନୂଆ ନିୟମ ପରେ ୩ ରାଜ୍ୟକୁ ଶକ୍ତ ଝଟକା

ନୂଆଦିଲ୍ଲୀ: କାଉଡ଼ିଆଙ୍କ ଯାତ୍ରାରେ ରୁଟରେ ଥିବା ସମସ୍ତ ଖାଦ୍ୟ-ପେୟ ଦୋକାନରେ ନେମ୍-ପ୍ଲେଟ ଲଗାଇବା ନିର୍ଦ୍ଦେଶକୁ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ନିର୍ଦ୍ଦେଶରେ ଦୋକାନ ସାମନାରେ ସମସ୍ତ ଦୋକାନୀ ନିଜ ନାମ ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ ଯୋଗୀ ସରକାର । ତେବେ ଏହି ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ଏବେ ରୋକ ଲଗାଇଛନ୍ତି । ଅଦାଲତ କହିଛନ୍ତି ଯେ, ଖାଦ୍ୟ ବିକ୍ରେତାଙ୍କ ଦୋକାନର ମାଲିକ ଏବଂ କର୍ମଚାରୀଙ୍କ ନାମ ଲେଖିବା ପାଇଁ ବାଧ୍ୟ କରାଯିବା ଉଚିତ୍ ନୁହେଁ । ଏ ମାମଲାରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡକୁ ଏହି ନୋଟିସ ଜାରି କରିଛନ୍ତି ସୁପ୍ରିମ ଅଦାଲତ । ଅର୍ଥାତ୍ ଦୋକାନୀମାନଙ୍କୁ ଆଗକୁ ନେମପ୍ଲେଟ ଲଗାଇବା ବାଧ୍ୟତାମୂଳକ ହେବ ନାହିଁ ।

ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କର ଏହି ନିର୍ଦ୍ଦେଶକୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଏହି ନିର୍ଦ୍ଦେଶରେ କୁହାଯାଇଥିଲା ଯେ, କାଉଁଡ଼ି ଯାତ୍ରାରେ ଥିବା ସମସ୍ତ ଭୋଜନାଳୟଗୁଡ଼ିକୁ ନିଜ ଦୋକାନ ସାମନାରେ ନେମ୍ ପ୍ଲେଟ ଲେଖିବାକୁ ହେବ । ତେବେ ନେମପ୍ଲେଟ ଲଗାଇବା ପାଇଁ ‘ପରୋକ୍ଷ’ ଆଦେଶ ପାରିତ ହୋଇଥିବା ଜଷ୍ଟିସ ହୃଷିକେଶ ରାୟ ଏବଂ ଜଷ୍ଟିସ ଏସ.ଭି.ଏନ ଭଟ୍ଟୀଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ଦର୍ଶାଇଥିଲେ ମହୁଆ ମୋଇତ୍ରଙ୍କ ଓକିଲ ଅଭିଷେକ ସିଘବି । ଏହି ନିର୍ଦ୍ଦେଶ ମୁସଲିମ ତଥା ଅନ୍ୟ ଧର୍ମର ଦୋକାନ ମାଲିକ ଏବଂ କର୍ମଚାରୀଙ୍କୁ ଆର୍ଥିକ ବହିଷ୍କାର କରିବା ଉଦ୍ଦେଶ୍ୟରେ କରାଯାଉଥିବା ଅଭିଯୋଗ ହୋଇଛି । ଏହା ମଣିଷ ସମାଜ ଭିତରେ ବିଭାଜନ ସୃଷ୍ଟି କରୁଥିବା ସୁପ୍ରିମକୋର୍ଟରେ ଦର୍ଶାଯାଇଛି ।

ତେବେ କଂଗ୍ରେସ ସମେତ ଅନ୍ୟ ବିପକ୍ଷୀ ଦଳ ଏହି ନିର୍ଦ୍ଦେଶ ଉପରେ ବିରୋଧ ପ୍ରଦର୍ଶନ କରିଥିଲେ । ସେପଟେ ଓୱେସି ସରକାରଙ୍କ ଏହି ଆଦେଶକୁ ଦକ୍ଷିଣ ଆଫ୍ରିକାର ରଙ୍ଗଭେଦ ସହ ତୁଳନା କରିଥିବା ବେଳେ ଟିଏମସି ସାଂସଦ ମହୁଆ ମୋଇତ୍ର ଏହାକୁ ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ୟୁପି କଂଗ୍ରେସ ନେତା ପ୍ରମୋଦି ତିୱାରୀ, ବାରାବାଙ୍କୀରୁ କଂଗ୍ରେସ ସାଂସଦ ତନୁଜ ପୁନିଆ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଜେଡିୟୁ ନେତା କେସି ତ୍ୟାଗୀ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ।

Get real time updates directly on you device, subscribe now.