fbpx

ରାଜଧାନୀରେ ଲାଗିପାରେ ୨ ଦିନିଆ ଲକଡାଉନ୍, ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣ ଯୋଗୁଁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି । ବିଷାକ୍ତ ବାୟୁକୁ ନେଇ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଏତେ ଖରାପ ଅବସ୍ଥାରେ ଅଛି ଯେ, ଘରେ ବି ମାସ୍କ ପିନ୍ଧିବାକୁ ପଡୁଛି । ଭର୍ତ୍ସନା ସହ ପ୍ରଦୂଷଣରୁ ମୁକ୍ତି ପାଇଁ ତକ୍ରାଳ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡିଲେ ଦିଲ୍ଲୀରେ ୨ ଦିନିଆ ଲକଡାଉନ୍ ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ଦୀର୍ଘମିଆଦି ସମାଧାନ ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ରାଜନୀତିରୁ ଉଦ୍ଧ୍ୱର୍ରେ ରହି ଗୁରୁତ୍ୱର ସହ ବିଚାର କରିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ତେବେ ପ୍ରଦୂଷଣ ବର୍ତ୍ତମାନ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାକୁ ନେଇ ଗୋଟେ ପଟେ କପ୍୨୬ ପରି ସମ୍ମିଳନୀ ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରଖିଥିବା ବେଳେ ଅନ୍ୟପଟେ ସ୍ୱିଜରଲ୍ୟାଣ୍ଡ ଭିତ୍ତିକ ଜଳବାୟୁ ଗୋଷ୍ଠୀ ଆଇକ୍ୟୁଏୟାରର ବାୟୁ ଗୁଣବତ୍ତା ଏବଂ ପ୍ରଦୂଷଣ ସହର ଟ୍ରାକିଂ ସେବା ବିଶ୍ୱରେ ପ୍ରଦୂଷିତ ସହରଗୁଡିକର ଏକ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଭାରତର ତିନୋଟି ସହର ରହିଛି । ଏହି ତାଲିକାରେ ପାକିସ୍ତାନ ଏବଂ ଚୀନ୍ କିଛି ସହର ମଧ୍ୟ ଅନ୍ତର୍ଭୁକ୍ତରହିଛି ।

Get real time updates directly on you device, subscribe now.