fbpx

ଅନୁଭବଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

Advertisement

ଭୁବନେଶ୍ୱର, ୧୬ ।୧୦(ଓଡିଶା ଭାସ୍କର): ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗିରହିଛି । ଏହି ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ଅନୁଭବ ମହାନ୍ତିଙ୍କୁ ନୋଟିସ ପଠାଇଛନ୍ତି ସୁପ୍ରିମକୋର୍ଟ । ମାମଲା ସ୍ଥାନାନ୍ତର ପାଇଁ ପିଟିସନ ଦାଖଲ କରିଥିଲେ ବର୍ଷା । କୋର୍ଟରେ ଅନୁଭବଙ୍କ ଓକିଲ ଉପସ୍ଥିତ ଥିଲେ । ତେବେ ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ ଅନୁଭବ ଓ ବର୍ଷା ।

ତେବେ ଅନୁଭବଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ବର୍ଷା । କିନ୍ତୁ ଅନୁଭବ ଏହାର ଅସ୍ୱୀକାର କରି ବର୍ଷା ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି କୋର୍ଟରେ ପିଟିସନ ଦାଖଲ କରିଥିଲେ ।

Get real time updates directly on you device, subscribe now.