fbpx

କରୋନା ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଦେଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : କେନ୍ଦ୍ର ସରକାରଙ୍କୁ ନୋଟିସ୍ ଦେଲେ ସୁପ୍ରିମ୍ କୋର୍ଟ । କରୋନା ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବିରକ୍ତ ଭାବ ପ୍ରକାଶ କରିଛନ୍ତି ସୁପ୍ରିମ୍ କୋର୍ଟ । କରୋନାରୁ ବର୍ତ୍ତିବା ପାଇଁ କଣ ନିଆଯାଇଛି ପଦେକ୍ଷପ ଜଣାଇବା ଲାଗି ସୁପ୍ରମ୍ କୋର୍ଟଙ୍କ ନିର୍ଦ୍ଦେଶ । କରୋନାକୁ ନେଇ କେଉଁ ଯୋଜନା ରହିଛି ଜଣାଇବା ପାଇଁ କେନ୍ଦ୍ରକୁ କହିଛନ୍ତି କୋର୍ଟ । ଔଷଧ, ଟିକାକରଣ ଓ ଅକ୍ସିଜେନ୍ ପ୍ରକ୍ରିୟା ନେଇ ଜଣାଇବା ଲାଗି ଦେଇଛନ୍ତି ନିର୍ଦ୍ଦେଶ । ଏନେଇ ଆସନ୍ତା କାଲି ସୁପ୍ରିମ୍ କୋର୍ଟରେ ହେବ ଶୁଣାଣି । ଏଥିପାଇଁ ହରିଶ ସାଲଭେଙ୍କୁ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ଦେଇଛନ୍ତି କୋର୍ଟ ।

ସେପଟେ ସାରା ଦେଶରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟାରେ ବିଶ୍ୱର ସବୁ ଦେଶକୁ ପଛରେ ପକାଇଛି ଭାରତ । ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୧୪ ହଜାର ୮୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୯ ଲକ୍ଷ ୩୦ ହଜାର ୯୬୫କୁ ବୃଦ୍ଧି ପାଇଛି । ଦେଶରେ ଦିନକରେ ୨୧୦୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.