fbpx

ଆମକୁ ପଦବୀ ଲୋଡ଼ା ନାହିଁ, ତାରାଙ୍କ ପରେ ଏବେ ସୁର ଖୋଲିଲେ ମୁହଁ ; ପଦବୀ ପାଇଁ ଏବେ ଦଳ ଭିତରେ ଅସନ୍ତୋଷ

ଭୁବନେଶ୍ୱର:ନିର୍ବାଚନ ମୁଣ୍ଡ ଉପରେ କିନ୍ତୁ ଏବେ ଦଳ ଭିତରେ ଚାଲିଛି କାମୁଡା କାମୁଡି । ଜଣଙ୍କ ପରେ ଜଣେ ନେତା ତାଙ୍କର ଅସନ୍ତୋଷ ଜାହିର କରି ଚାଲିଛନ୍ତି । ଆମକୁ ପଦବୀ ଆବଶ୍ୟକ ନାହିଁ ଆମେ ଆମ ପଦରେ ହିଁ ଠିକ ଅଛୁ । ଯେଉଁ ଦାୟିତ୍ୱ ଆମକୁ ମିଳିଛି ସେତିକି ବହୁତ ଆଉ କିଛି ସ୍ଥାୟୀ ପଦବୀ ଆମର ଲୋଡା ନାହିଁ ବୋଲି କହି କଂଗ୍ରେସ ହାଇକମାଣ୍ଡଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ଅସନ୍ତୋଷ ପ୍ରକାଣ କରିଛନ୍ତି ।

ସୂଚନା ମୁତାବକ କଂଗ୍ରେସ ପ୍ରଦେଶ କମିଟିରେ ଥିବା ନେତା ମାନଙ୍କୁ ଦଳର ହାଇ କମାଣ୍ଡ କିଛି ନିର୍ଦ୍ଧିଷ୍ଟ ଦାୟୀତ୍ୱ ବାଣ୍ଟିଥିଲେ । ଏଥିରେ ପ୍ରାୟ ଦଳର ସବୁ ନେତାଙ୍କ ନାମ ସାମିଲ ଥିଲା । କିନ୍ତୁ ଦଳ ଯେଉଁ ଦାୟିତ୍ୱ ବାଣ୍ଟିଥିଲା ସେଥିରେ ଦଳୀୟ କର୍ମୀ ମାନଙ୍କ ମନ ମେଳ ଖାଇ ନଥିଲା । କିଛି ଏହି ପଦ ପଦବୀ ପାଇ ବହୁତ ଖୁସି ହୋଇଥିବା ବେଳେ କିଛି ଏହି ପଦରେ ରହିବାକୁ ମନା କରି ଦେଇଛନ୍ତି । ପିସିସି କମିଟି ଘୋଷଣା ପରେ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଥମେ ଅସନ୍ତୋଷ ପ୍ରକାଶ କରିଥିଲେ । ବାହିନୀପତି କହିଥିଲେ , ମୋତେ କି ମୋ ପରିବାର କାହାକୁ ପଦ ପଦବୀର ଆବଶ୍ୟକତା ନାହିଁ । କାହା ଦୟାରେ କ’ଣ ଉପସଭାପତି ହେବି ? କାହାକୁ ପଦବୀ ପାଇଁ ଅନୁରୋଧ କରିନି, ପଦବୀ ଦେଇଥିବାରୁ ଧନ୍ୟବାଦ । ମୋର ଏହି ପଦବୀ ଆବଶ୍ୟକ ହିଁ ନାହିଁ । ମୁଁ ମୋ ନିର୍ବାଚନ ମଣ୍ଡଳୀରେ ସମୟ ଦେବାକୁ ଚାହେଁ। ତେଣୁ ଦଳ ଯେଉଁ ଦାୟିତ୍ୱ ଦେବ ତାହା ପୂରଣ କରି ପାରିବିନି । ପଦ ନେବି କିନ୍ତୁ କାମ କରିବି ନାହିଁ ଏହା ଜମା ବି ଠିକ ନୁହେଁ । ବାଛି ବାଛି ଲୋକଙ୍କୁ କମିଟିରେ ସ୍ଥାନ ଦିଆଯାଇଛି । ଯଦି ଏଭଳି କରିବେ ନିର୍ବାଚନରେ କଣ କରିବେ । ୯ ରୁ୯୦ ଆଣିବେ କହୁଛନ୍ତି କିନ୍ତୁ ପଦବୀ କିଭଳି ବଣ୍ଟା ଯାଏ ଜାଣି ନାହାନ୍ତି । ଏହା ସହିତ ସେ ପିସିସିଙ୍କୁ ନେଇ ମଧ୍ୟ ଅନେକ କଥା କହିଛନ୍ତି।

ସେପଟେ ତାରାଙ୍କ ପରେ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ । ସୁର କହିଛନ୍ତି ଯେ ପଦବୀ ଯେଉଁଭଳି ବଣ୍ଟନ କରାଯାଇଛି ବହୁତ ନେତାଙ୍କ ନାମ ରହି ଯାଇଛି। ନିର୍ବାଚନ ମୁଣ୍ଡ ଉପରେ ରହିଛି ଆଉ ଏହି ସମୟରେ ଏଭଳି କରିବା ଦ୍ୱାରା ନେତା ମାନଙ୍କ ମନରେ ମତଭେଦ ସୃଷ୍ଟି ହେବ । ଏହାର ଫଳାଫଳ ନିର୍ବାଚନରେ ପୁଣି ଠାରେ କଂଗ୍ରେସ ବହୁତ ଖରାପ କରିବ । ତେଣୁ ଏହି ବିଷୟରେ ମୁଁ ସଭାପତିଙ୍କ ସହ ଆଲୋଚନା କରିଛି । ଖୁବ ଶୀଘ୍ର ଏହାର କିଛି ସମାଧାନ ହେଇପାରେ ବୋଲି ସେ ଆଶା ପ୍ରକାଶ କରୁଛନ୍ତି ।

ତେବେ ଦଳ ଭିତରେ ଯଦି ପଦବୀକୁ ନେଇ ଏହି ଭଳି ଅସନ୍ତୋଷ ଜାରି ରହିଲା ତେବେ ଲାଗୁଛି ଦଳଭିତରେ କନ୍ଦଳ କମିବା କଣ ପୁଣି ବଢ଼ି ଚାଲିବ । ଆଉ ବାଘା ଘର ସମୟରେ ବାଇଗଣ ରୁଆ ଭଳି ପରିସ୍ଥିତି ଉପୁଜିବ । କାରଣ ଉପନିର୍ବାଚନ ପାଇଁ ବାସ ହାତରେ ଆଉ ଦିନ କେଇଟା । ଯେଉଁଠି ଦଳୀୟ କର୍ମୀ ମାନେ ନିର୍ବାଚନ ହାତେଇବା ପାଇଁ ରଣକୌଶଳ କରିବା ଆବଶ୍ୟକ ଏବେ ସେମାନେ ଦୋଷ ଲଦାଲଦି ହେଉଛନ୍ତି । କିଛି ନେତା ଏବେ ଠାରୁ କଂଗ୍ରେସ ଆଡୁ ମୁହଁ ଫେରାଇ ନେଲେଣି ଯଦି ଆଗକୁ ସ୍ଥିତି ଏଭଳି ରହିଲା ତେବେ କଂଗ୍ରେସରେ ଥିବା ଛୋଟ ଫାଟ ବଡ ବିବାଦ ଛିଡା କରିବାରେ ସହାୟକ ହେବ ।

Get real time updates directly on you device, subscribe now.