fbpx

ସୁରମା ପାଢ଼ୀ ବିଧାନସଭାର ନୂତନ ବାଚସ୍ପତି, ନିର୍ଦ୍ୱନ୍ଦରେ ହେଲେ ନିର୍ବାଚିତ

ଭୁବନେଶ୍ୱର: ବର୍ତ୍ତମାନର ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି । ବିଧାନସଭାର ନୂତନ ବାଚସ୍ପତି ଭାବେ ସୁରମା ପାଢ଼ୀ ନିର୍ବାଚିତ ହୋଇଛନ୍ତି । କାମଚଳା ବାଚସ୍ପତି ସୁରମା ପାଢ଼ୀଙ୍କୁ ନୂତନ ବାଚସ୍ପତି ଭାବେ ଘୋଷଣା କରିଛନ୍ତି । ନିର୍ବାଚିତ ହେବା ପରେ କାମଚଳା ବାଚସ୍ପତିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରମା ପାଢ଼ୀ । ଏକମାତ୍ରା ପ୍ରାର୍ଥୀ ଥିବାରୁ ସର୍ବସମ୍ମତି କ୍ରମେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।

ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ସୁରମା ପାଢ଼ୀ । ସେ କହିଛନ୍ତି, ‘ବିଧାନସଭା ହେଉଛି ଗଣତନ୍ତ୍ରଣ ଏକ ମନ୍ଦିର । ମୁଁ ବାଚସ୍ପତି ହେବି ବୋଲି କେବେ ବି ଭାବି ନଥିଲି । ଏପରି ଏକ ଦାୟିତ୍ୱ ପାଇ ନିଜକୁ ଧନ୍ୟ ମନେ କରୁଛି । ଗୃହର ସୁପରିଚାଳନା ପାଇଁ ସମସ୍ତ ଦଳର ନେତା ସହଯୋଗ କରିବେ ବୋଳି ଆଶା କରୁଛି । ପଦର ମର୍ଯ୍ୟାଦା ଅକ୍ଷୁଣ ରଖିବାକୁ ଚେଷ୍ଟା କରିବି ।’ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ସୁରମା ପାଢ଼ୀ । ସେ କହିଛନ୍ତି, ‘ବିଧାନସଭା ହେଉଛି ଗଣତନ୍ତ୍ରଣ ଏକ ମନ୍ଦିର । ମୁଁ ବାଚସ୍ପତି ହେବି ବୋଲି କେବେ ବି ଭାବି ନଥିଲି । ଏପରି ଏକ ଦାୟିତ୍ୱ ପାଇ ନିଜକୁ ଧନ୍ୟ ମନେ କରୁଛି । ଗୃହର ସୁପରିଚାଳନା ପାଇଁ ସମସ୍ତ ଦଳର ନେତା ସହଯୋଗ କରିବେ ବୋଳି ଆଶା କରୁଛି । ପଦର ମର୍ଯ୍ୟାଦା ଅକ୍ଷୁଣ ରଖିବାକୁ ଚେଷ୍ଟା କରିବି ।’

Get real time updates directly on you device, subscribe now.