fbpx

ଜ୍ଞାନବ୍ୟାପୀ ମସଜିଦରେ ସର୍ଭେରୁ ମିଳିଛି ଏହି ସଙ୍କେତ, ହିନ୍ଦୁ ପକ୍ଷ କହିଲେ ମଜବୁତ ହୋଇଛି ଆମର ଦାବି

ଜ୍ଞାନବ୍ୟାପୀ ମସଜିଦ ପରିସରରେ ରବିବାର ଦ୍ୱିତୀୟ ଦିନରେ ସର୍ଭେ ହୋଇଥିଲା । ସୂଚନା ଅନୂଯାୟୀ ଗୁପ୍ତ କୋଠରୀ ପରେ ଏବେ ମସଜିଦର ଉପର ଢ଼ାଞ୍ଚାର ଭିଡିଓ ଗ୍ରାଫୀ ଏବଂ ଫଟୋଗ୍ରାଫୀ କରାଯାଇଛି । ସେପଟେ ପୂର୍ବରୁ ଶନିବାର ହୋଇଥିବା ସର୍ଭେରୁ ମିଳିଥିବା ସଙ୍କେତ ଆଧାରରେ ହିନ୍ଦୁ ପକ୍ଷ ନିଜ ଦାବିରେ ଅଟଳ ରହିଛନ୍ତି । ହିନ୍ଦୁ ପକ୍ଷ ଓକିଲ ହରିଶଙ୍କର ଜୈନ କହିଛନ୍ତି ଯେ ଆମର ଦାବି ମଜବୁତ ରହିଛି । ହରିଶଙ୍କର କହିଛନ୍ତି ଯେ ସର୍ଭେରେ ଯାହା ମିଳୁଛି ତାହା ତାଙ୍କ ଆମ ପକ୍ଷରେ ଅଛି । ସୋମବାର ମଧ୍ୟ ସର୍ଭେ ହେବ ।

ରବିବାର ସକାଳେ ୮ ରୁ ୧୨ ପର୍ଯ୍ୟନ୍ତ ସର୍ଭେ କରାଯାଇଥିଲା ୪ ଘଣ୍ଟା । ପଶ୍ିଚମ ଦ୍ୱାର, ନମାଜ ସ୍ଥଳ ଏବଂ ଗୁପ୍ତ କୋଠରୀର ପୁନର୍ବାର ସର୍ଭେ କରାଯାଇଥିଲା । ଶନିବାର ସର୍ଭେରୁ ଜ୍ଞାନବ୍ୟାପୀ ମସଜିଦରେ ଏପର୍ଯ୍ୟନ୍ତ କାନ୍ଥରେ ତ୍ରିଶୂଳ ଏବଂ ସ୍ୱସ୍ତିକ ଚିହ୍ନ ଦେଖାଯାଇଛି । ଏହାର ଏହାର ଚିତ୍ରଶୈଳୀ କୋର୍ଟ କମିଶନର ତଥା ଅଧିବକ୍ତାମାନେ ଆକଳନ କରିଛନ୍ତି । ସୂତ୍ର ଅନୂଯାୟୀ ଗୋଟିଏ କୁମ୍ଭୀରର ଛବି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।

ମସଜିଦ ସମିତିର ଆପତ୍ତି ଯୋଗୁଁ ଗତ ସପ୍ତାହରେ ସର୍ଭେକ୍ଷଣ ବନ୍ଦ କରାଯାଇଥିଲା । ସମିିତି ଦାବି କରିଥିଲା ଯେ ସର୍ଭେ ପାଇଁ ଅଦାଲତ ଦ୍ୱାରା ନିଯୁକ୍ତ କମିଶନରଙ୍କ ନେତୃତ୍ୱରେ ଭିତରେ ଭିଡିଓଗ୍ରାଫୀ କରାଯିବାର ଅଧିକାର ନାହିଁ । ଫଳରେ ଗତ ସପ୍ତାହରେ ସର୍ଭେ ବନ୍ଦ ରହିଥିଲା । କିନ୍ତୁ ଶନିବାର ଏହାର ଭିଡିଓଗ୍ରାଫୀ ଆରମ୍ଭ ହୋଇଥିଲା ଏବଂ ଦ୍ୱିତୀୟ ଦିନରେ ଆଜି ରବିବାର ସର୍ଭେ ସରିଛି, ଆସନ୍ତା କାଲି ପୁଣି ସର୍ଭେ କରାଯିବ ।

Get real time updates directly on you device, subscribe now.