fbpx

ପିତୃପକ୍ଷର ଶେଷଦିନ ଲାଗୁଛି ସୂର୍ଯ୍ୟପରାଗ, ଏହି ୪ ରାଶି ସତର୍କ ରହିବାକୁ କହିଲେ ଜ୍ୟୋତିଷବିଦ୍‌

ଏବେ ପିତୃପକ୍ଷ ଚାଲିଛି । ୧୪ ଅକ୍ଟୋବରରେ ପିତୃପକ୍ଷର ଶେଷଦିନ ପଡୁଥିବା ବେଳେ ଏହିଦିନ ସୂର୍ଯ୍ୟପରାଗ ବି ପଡୁଛି ଓ ଏହା ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଅଟେ । ଏହି ସୂର୍ଯ୍ୟ ଗ୍ରହଣ କନ୍ୟା ରାଶି ଓ ଚିତ୍ରା ନକ୍ଷତ୍ରରେ ଲାଗିବ । ସର୍ବପିତୃ ଅମାବାସ୍ୟାରେ ଲାଗୁଥିବା ସୂର୍ଯ୍ୟ ଗ୍ରହଣ ଏକ ବଡ ଦୂର୍ଲଭ ଘଟଣା ବୋଲି ଜ୍ୟୋତିଷବିଦ କହିଛନ୍ତି । ତେବେ ପିତୃପକ୍ଷର ଅନ୍ତିମ ତିଥିରେ ଲାଗୁଥିବା ଏହି ସୂର୍ଯ୍ୟଗ୍ରହଣ କିଛି ରାଶିର ବ୍ୟକ୍ତିଙ୍କ ଲାଗି ଅଶୁଭ ହୋଇପାରେ ବୋଲି ଜ୍ୟୋତିଷବିଦ୍ କହିଛନ୍ତି ।
ମେଷ: ସାରା ଦିନର କାର୍ଯ୍ୟ ବ୍ୟସ୍ତତା ମାନସିକ ଚାପର କାରଣ ପାଲଟି ଯାଇପାରେ । ମନ ହତାଶପୂର୍ଣ୍ଣ ରହିବ । କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ ।
କର୍କଟ: ବିବାଦରେ ପଡିବା ଦ୍ୱାରା ଧନହାନୀ ହୋଇପାରେ । ପ୍ରଫେସନାଲ ଲାଇଫ୍‌ରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ସନ୍ତାନ ସନ୍ତତିଙ୍କ ପକ୍ଷରୁ ଚିନ୍ତିତ ରହିପାରନ୍ତି ।
କନ୍ୟା: ବ୍ୟକ୍ତିଗତ ଜୀବନରେ ବହୁ ଆହ୍ୱାନର ସାମ୍ନା କରିବାକୁ ପଡିପାରେ । ନିଃସଙ୍ଗତା ଅନୁଭବ କରିବେ । ମାନସିକ ଦୁଃଶ୍ଚିନ୍ତା ବଢିବ । ଆଚରଣରେ ଚିଡିଚିଡାପଣ ଦେଖାଦେବ ।
ମୀନ: ଏହି ରାଶିର ଲୋକଙ୍କୁ ଅତ୍ୟଧିକ ପ୍ରୟାସ ପରେ ଯାଇ ସଫଳତା ମିଳିବ । ଆୟର ସ୍ରୋତ ପ୍ରଭାବିତ ହୋଇପାରେ ।

Get real time updates directly on you device, subscribe now.