fbpx

କ୍ରମାଗତ ୨ଥର ପାଇଁ ଆଇସିସି ଟି -୨୦ ପ୍ଲେୟର ଅଫ୍‌ ଦ ଇୟର ଆୱାର୍ଡ ଜିତିଲେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ଆଇସିସି ୨୦୨୩ ବର୍ଷ ପାଇଁ ଟି -୨୦ ପ୍ଲେୟର ଅଫ୍‌ ଦ ଇୟର ଭାବେ ଭାରତର ବିସ୍ଫୋରକ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ଚୟନ କରିଛି। ଏହି ପୁରସ୍କାର ଲଗାତାର ଦ୍ୱିତୀୟ ଥର ପାଇଁ ସୂର୍ଯ୍ୟକୁମାରଙ୍କୁ ମିଳିଛି। ସୂର୍ଯ୍ୟକୁମାରଙ୍କୁ ମଧ୍ୟ ଏହା ପୂର୍ବରୁ ଟି -୨୦ ଟିମ୍‌ ଅଫ୍‌ ଦ ଇୟର ରଖାଯାଇଥିଲା ଏବଂ ତାଙ୍କୁ ଅଧିନାୟକ କରାଯାଇଥିଲା।

ସୂଚନା ଥାଉକି, ସୂର୍ଯ୍ୟକୁମାର ହେଉଛନ୍ତି ପ୍ରଥମ ଖେଳାଳି, ଯାହାଙ୍କୁ କ୍ରମାଗତ ଦୁଇଥର ଟି -୨୦ ପ୍ଲେୟାର ଅଫ ଦ ଇୟର ମିଳିଛି । ଏହାପୂର୍ବରୁ ସେ ୨୦୨୨ବର୍ଷ ପାଇଁ ଏହି ପୁରସ୍କାର ମଧ୍ୟ ପାଇଥିଲେ। ୨୦୨୩ରେ ସୂର୍ଯ୍ୟକୁମାର ପ୍ରାୟ ୫୦ ହାରାହାରି ଏବଂ ୧୫୦ରୁ ଅଧିକ ଷ୍ଟ୍ରାଇକ ହାର ସହିତ ଅନ୍ତର୍ଜାତୀୟ ଟି -୨୦ରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଗତ ବର୍ଷ ସେ ଅନେକ ମ୍ୟାଚରେ ଭାରତକୁ ବିଜୟୀ କରାଇଛନ୍ତି। ଜିମ୍ବାୱେର ସିକନ୍ଦର ରଜା, ଉଗାଣ୍ଡାର ଆଲପେଶ ରମଜାନି ଏବଂ ନ୍ୟୁଜିଲ୍ୟାଣ୍ଡର ମାର୍କ ଚାପମ୍ୟାନଙ୍‌କୁ ପରାସ୍ତ କରି ସୂର୍ଯ୍ୟକୁମାର ଏହି ପୁରସ୍କାର ଜିତିଛନ୍ତି। ଗତ ବର୍ଷ ୧୭ଟି ଇନିଂସରେ ସୂର୍ଯ୍ୟକୁମାର ୭୩୩ ରନ୍‌ ସଂଗ୍ରହ କରିଥିଲେ। ଏହି ଅବଧି ମଧ୍ୟରେ ତାଙ୍କର ହାରାହାରି ୪୮.୮୬ ଏବଂ ଷ୍ଟ୍ରାଇକ ହାର ୧୫୫. ୯୫ ଥିଲା।

 

Get real time updates directly on you device, subscribe now.