fbpx

(VIDEO) ସୁଶାନ୍ତସିଂ ରାଜପୁତଙ୍କ ପୋଷା କୁକୁର ଫେଜର ମୃତ୍ୟୁ; ଅଭିନେତାଙ୍କ ସହ ପୁରୁଣା ଫଟୋ ଓ ଭିଡିଓ ହୋଇଛି ଭାଇରାଲ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ପ୍ରାୟ ଅଢେଇ ବର୍ଷ ବିତିଗଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଅଭିନେତାଙ୍କ ମୃତ୍ୟୁ ରହସ୍ୟର ସମାଧାନ ହୋଇପାରି ନାହିଁ। ତେବେ ଏହାରି ମଧ୍ୟରେ ଅଭିନେତାଙ୍କ ପରିବାରର ଅନ୍ୟ ଏକ ସଦସ୍ୟଙ୍କର ଦେହାନ୍ତ ହୋଇଛି । ଯିଏକି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସୁଶାନ୍ତ ସିଂ ରାଜପୁତଙ୍କ ସହିତ ଥିଲେ। ତେବେ ଏହି ସଦସ୍ୟଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ସମସ୍ତେ ଭାବପ୍ରବଣ ହୋଇଯାଇଛନ୍ତି । ଏହି ସଦସ୍ୟ ଜଣଙ୍କ ସୁଶାନ୍ତଙ୍କ ହୃଦୟର ଅତି ନିକଟତର ଥିଲେ । ଯାହାର ମୃତ୍ୟ ସୁଶାନ୍ତଙ୍କ ପରିବାର ବ୍ୟତୀତ ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ବ୍ୟଥିତ କରିଛି ।

ତେବେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୋଷା କୁକୁର ଫେଜର ମୃତ୍ୟୁ ହୋଇଛି । ଏନେଇ ଟୁଇଟ୍ କରି ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ରାଜପୁତ ସୂଚନା ଦେଇଛନ୍ତି । ଏତିସହିତ ପ୍ରିୟଙ୍କା ତାଙ୍କ ଟ୍ୱିଟରେ ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି । ଗୋଟିଏ ଫଟୋରେ ସୁଶାନ୍ତ ତାଙ୍କ କୁକୁର ସହିତ ଥିବା ବେଳେ ଅନ୍ୟ ଅନ୍ୟ ଫଟୋରେ ପ୍ରିୟଙ୍କା ଫେଜ୍ ସହ ନଜର ଆସିଛନ୍ତି। ଏତତ୍ ବ୍ୟତୀତ ପ୍ରିୟଙ୍କା ଟ୍ୱିଟରେ ଏହା ଲେଖିଛନ୍ତି ଯେ- ‘ଶେଷରେ ତୁମେ ବି ତୁମ ବନ୍ଧୁଙ୍କ ନିକଟକୁ ଚାଲିଗଲ ସ୍ୱର୍ଗରେ ତାଙ୍କୁ ଯୋଗ ଦେବାକୁ । ଅମେମାନେ ମଧ୍ୟ ଖୁବ୍ ଶୀଘ୍ର ତୁମମାନଙ୍କୁ ସେଠାରେ ଭେଟିବୁ । କିନ୍ତୁ ସେପର୍ଯ୍ୟନ୍ତ ତୁମ ଯିବାର ଯନ୍ତ୍ରଣା ପ୍ରତ୍ୟେକ ଦିନ ଅନୁଭବ ହେବ । ‘

ତେବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଫେଜ୍ ର ଅନେକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ସୁଶାନ୍ତଙ୍କୁ ଖୋଜିବା ସହ ସୁଶାନ୍ତଙ୍କ ଫଟୋ ମୋବାଇଲରେ ଦେଖି ଦଃଖରେ ତାଙ୍କ ପାଖରେ ବସିରହିଥିଲା। ପ୍ରକୃତରେ ଫେଜ୍ ସୁଶାନ୍ତଙ୍କ ହୃଦୟର ଅତି ନିକଟତର ଥିଲା । ଦୁହେଁ ପରସ୍ପର ସହିତ ବହୁତ ମଜା କରୁଥିଲେ ଏବଂ ଏକାଠି ଖେଳୁଥିଲେ । କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ପରେ ଫେଜ୍ ବହୁତ ଉଦାସ ରହିବାକୁ ଲାଗିଲା । ଯାହାଫଳରେ ତାର ସ୍ୱାସ୍ଥ୍ୟ ଅବସ୍ଥା ଧିରେ ଧିରେ ଖରାପ ହେବାକୁ ଲାଗିଲା। ଯାହାର ପରିଣାମ ସ୍ୱରୂପ ତାର ଆଜିମୃତ୍ୟୁ ହୋଇଛି ।

 

View this post on Instagram

 

A post shared by ETimes (@etimes)

Get real time updates directly on you device, subscribe now.