fbpx

ସୁଶୀଲଙ୍କୁ ମିଳିଲା ଅନ୍ତରୀଣ ଜାମିନ: ପିତାଙ୍କ ଅନ୍ତିମ ସଂସ୍କାରରେ ହୋଇପାରିବେ ସାମିଲ

ନୂଆଦିଲ୍ଲୀ: ଦେଶର ଷ୍ଟାର ଅଲିମ୍ପିଆନ ସୁଶୀଲ କୁମାରଙ୍କୁ ରୋହିଣୀ କୋର୍ଟ ତରଫରୁ ମିଳିଛି ଅନ୍ତରୀଣ ଜାମିନ । ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ଅଦାଲତ ତାଙ୍କୁ ଅନୁମତି ଦେଇଛନ୍ତି । ମାନବୀୟ ଆଧାର ଅନୁସାରେ ସୁଶୀଲ କୁମାରଙ୍କୁ ୪ ଦିନ ପାଇଁ ଅନ୍ତରୀଣ ଜାମିନ ଦେଇଛନ୍ତି ମାନ୍ୟବର ଅଦାଲତ ।

ଏକ ଲକ୍ଷ ଟଙ୍କା ପରିବର୍ତ୍ତେ ସୁଶୀଲଙ୍କୁ କୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି । ପିତାଙ୍କ ମୃତ୍ୟୁ ପରେ ଅଦାଲତ ତାଙ୍କୁ ମାନବୀୟ ଆଧାରରେ ତାଙ୍କୁ ୪ ଦିନ ପାଇଁ ଜାମିନ ପ୍ରଦାନ କରିଥିବା ବେଳେ ସେ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେ । ତେବେ ଜାମିନ ଦେଇ କୋର୍ଟ କହିଛନ୍ତି ଯେ, ଏହି ତଥ୍ୟକୁ ନଜରରେ ରଖି ଅଭିଯୁକ୍ତଙ୍କୁ ପିତାଙ୍କ ନିଧନ ହୋଇଥିଲା, ଏବଂ ତାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ତାଙ୍କୁ ଜାମିନ ପ୍ରଦାନ କରାଯାଉଛି । ତେବେ ଜୁନିୟର ରେସଲର ସାଗର ଧନଖଡଙ୍କୁ ହତ୍ୟା ମାମଲାରେ ସୁଶୀଲ କୁମାରଙ୍କୁ ଗତ ୨୦୨୧ ଜୁନ ୨ ତାରିଖରୁ ଜେଲ ଦଣ୍ଡାଦେଶ ହୋଇଛି । ସୁଶୀଲ କୁମାର ଭାରତ ପାଇଁ ଅଲିମ୍ପିକ ପଦକ ଜିତିଥିବା ଜଣେ ପ୍ରସିଦ୍ଧ ରେସଲର ।

Get real time updates directly on you device, subscribe now.