fbpx

ସୁସ୍ମିତା ସେନ୍‌ଙ୍କୁ ଆସିଲା ହାର୍ଟ ଆଟାକ୍‌, ଜାଣନ୍ତୁ ଅପରେସନ୍ ପରେ କ’ଣ କହିଲେ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ତାଙ୍କର ପ୍ରଶଂସକଙ୍କୁ ନିଜ ବିଷୟରେ ବଡ଼ ଖବର ଦେଇଛନ୍ତି। ସୁସ୍ମିତା ସେନ୍ ନିକଟରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ, ତାଙ୍କୁ ହାର୍ଟ ଆଟାକ ଆସିଛି। ତେବେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଠିକ୍ ଅଛି। ସୁସ୍ମିତା ତାଙ୍କ ପିତାଙ୍କ ସହିତ ତାଙ୍କର ଏକ ଫଟୋ ସେୟାର କରି ଏହା କହିଛନ୍ତି । ଏହି ଇନଷ୍ଟାଗ୍ରାମ୍ ପୋଷ୍ଟରେ ସୁସ୍ମିତା ଲେଖିଛନ୍ତି କି ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ସେ ନିଜ ପ୍ରିୟ ଲୋକଙ୍କୁ ହେଲ୍ଥ ଅପଡେଟ୍ ଦେଇଛନ୍ତି ଏବଂ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ ସେ ସଂପୂର୍ଣ୍ଣ ଭଲ ଏବଂ ପୁନର୍ବାର ଜୀବନ ବଞ୍ଚିବାକୁ ପ୍ରସ୍ତୁତ । ତେବେ ସୁସ୍ମିତାଙ୍କର ଏହି ପୋଷ୍ଟ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇ ତାଙ୍କର ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ।

 

View this post on Instagram

 

A post shared by Sushmita Sen (@sushmitasen47)

ସୁସ୍ମିତା ଆହୁରି ମଧ୍ୟ ଲେଖିଛନ୍ତି- ‘ତୁମର ହୃଦୟକୁ ଦୃଢ଼ ଏବଂ ଖୁସି ରଖ, ଏବଂ ଏହା ତୁମର ଖରାପ ସମୟରେ ସବୁବେଳେ ତୁମ ସହିତ ଛିଡା ହେବ । ଯେତେବେଳେ ଆପଣ ଏହାକୁ ଅଧିକ ଆବଶ୍ୟକ କରନ୍ତି । ଏହି ମହାନ କଥା ମୋ ବାପା କହିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୋର ହୃଦରୋଗ ବିଶେଷଜ୍ଞ ନିଶ୍ଚିତ କରିଛନ୍ତି ଯେ ମୋର ହୃଦୟ ପ୍ରକୃତରେ ବହୁତ ବଡ ଅଟେ ।’

ଏହା ସହିତ ସେ କହିଛନ୍ତି କି, ‘ବହୁତ ଲୋକ ଅଛନ୍ତି ଯେଉଁମାନେ ମୁଁ ଧନ୍ୟବାଦ ଦେବାକୁ ଚାହେଁ। ଯେଉଁଥିପାଇଁ ମୁଁ ଠିକ୍ ସମୟରେ ଚିକିତ୍ସା ପାଇବାକୁ ସକ୍ଷମ ହେଲି। ତାଙ୍କର ତୁରନ୍ତ ସାହାଯ୍ୟ ହେତୁ ମୁଁ ସୁସ୍ଥ ହୋଇପାରିଲି। ପରବର୍ତ୍ତୀ ପୋଷ୍ଟରେ ମଧ୍ୟ ମୁଁ ଏହା କହିବି। ମୋର ପ୍ରିୟ ଲୋକଙ୍କୁ ଅପଡେଟ୍ ଦେବା ପାଇଁ ମୁଁ ଏହି ପୋଷ୍ଟ କରିଛି। ଏବଂ ଭଲ ଖବର ବାଣ୍ଟିବାକୁ ଯେ ମୁଁ ବର୍ତ୍ତମାନ ଭଲ ଅଛି। ମୁଁ ମୋ ଜୀବନକୁ ମୁକ୍ତ ଭାବରେ ବଞ୍ଚିବାକୁ ପ୍ରସ୍ତୁତ ଏବଂ ମୁ ତୁମକୁ ମୋ ମନରୁ ଭଲପାଏ।’

Get real time updates directly on you device, subscribe now.