fbpx

ଗାଳିରୁ ତାଳି ପର୍ଯ୍ୟନ୍ତ, ଟ୍ରାନ୍ସଜେଣ୍ଡର ହେଲେ ସୁସ୍ମିତା ସେନ୍, ଆପଣ ବି ଦେଖିଲେ ଧୋକା ଖାଇଯିବେ

Advertisement

ସୁସ୍ମିତା ସେନ୍ ଦୀର୍ଘ ସମୟ ଧରି ବଲିଉଡରୁ ଦୂରେଇ ରହିଛନ୍ତି । କିନ୍ତୁ ଓଟିଟି ପ୍ଲାଟଫର୍ମରେ ତାଙ୍କ କ୍ୟାରିୟରକୁ ନୂଆ ଦିଶା ମିଳିଛି । ସୁସ୍ମ୍ମିତା ‘ଆର୍ୟା’ ସିରିଜରେ କମବ୍ୟାକ କରିଥିଲେ । ସୁସ୍ମିତାଙ୍କ ଏହି ସିରିଜ୍ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ଆର୍ୟାର ସଫଳତା ପରେ ଏବେ ସୁସ୍ମିତାଙ୍କ ଆଉ ଏକ ନୂଆ ସିରିଜ୍ ଆସୁଛି । ନୂଆ ୱେବ ଶୋ’ ‘ତାଲି’ରେ ସୁସ୍ମିତା ଟ୍ରାନ୍ସଜେଣ୍ଡର ରୂପରେ ନଜର ଆସୁଛନ୍ତି । ଏହି ସିରିଜର ଟିଜର ରିଲିଜ୍ ହୋଇଯାଇଛି ।

ତାଲି ର ଟିଜରରେ ସୁସ୍ମିତା ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଗୌରୀ ସାୱନ୍ତଙ୍କ ଭୂମିକାରେ ନଜର ଆସୁଛନ୍ତି । ଏହି ଟିଜରର ଆରମ୍ଭ ଦମଦାର ଡାଇଲଗରୁ ହୋଇଛି । ଗୌରୀ ଭୂମିକା ନିଭାଉଥିବା ସୁସ୍ମିତା କହିଛନ୍ତି , ମୁଁ ଗୌରୀ ଯାହାକୁ କିଏ ହିଞ୍ଜେଡା କୁହେ ତ ଆଉ କେହି ସମାଜସେବୀ । କେହି ଡ୍ରାମାବାଲୀ କହିଥାଏ ତ ଆଉ କେହି ଗେମ୍ ଚେଞ୍ଜର । ଏହି କାହାଣୀ ମୋ ଜୀବନଯାତ୍ରାର, ଗାଳି ଠାରୁ ତାଳିି ପର୍ଯ୍ୟନ୍ତ । ଏଠି ଲୋକମାନେ ନିଜର ଅସଲ ରୂପ ଦେଖାଇବାକୁ ଭୟ କରିଥାନ୍ତି , ସେ କେବେ ବି ଭଲରେ ଜୀଇଁ ପାରି ନ ଥାଏ ବାବୁ । ସ୍ୱାଭିମାନ, ସମ୍ମାନ, ସ୍ୱତନ୍ତ୍ରତା ମୋତେ ଏହି ୩ ଟି ଜିନିଷର ଆବଶ୍ୟକତା ରହିଛି ।

ଏହି ଟିଜର ୪୬ ସେକେଣ୍ଡର ଯେଉଁଥିରେ ଅଭିନେତ୍ରୀ ଜଣେ ଟ୍ରାନ୍ସଜେଣ୍ଡର ଭୂମିକାକୁ ବେଶ୍ ସୁନ୍ଦର ଭାବରେ ନିଭାଇଥିବାର ଦେଖିବାକୁ ମିଳୁଛି । ଏହା ଦେଖି ଜାଣି ହେଉଛି କିନ୍ନର ଗୌରୀ ସାୱନ୍ତଙ୍କୁ ବଞ୍ଚିବାଲାଗି ଜୀବନରେ କେତେ ସଂଘର୍ଷ କରିବାକୁ ପଡିଛି ।
ଏହା ପୂର୍ବରୁ ତାଲିର ପୋଷ୍ଟର ସେୟାର କରାଯାଇଥିଲା । ପୋଷ୍ଟର ସେୟାର କରି ସୁସ୍ମିତା ଲେଖିଥିଲେ ‘ତାଲି ବଜାଉଙ୍ଗି ନେହିଁ ବଜବାଉଙ୍ଗୀ’ । ଫଟୋରେ ସୁସ୍ମିତାଙ୍କ ଅନ୍ଦାଜ ବେଶ୍ ଆକର୍ଷକ ରହିଥିଲା । ଏଠାରେ ସୂଚାଇ ଦିଆଯାଇପାରେ ଯେ, ତାଲି ଅଗଷ୍ଟ ୧୫ରେ ଜିଓ ସିନେମାରେ ରିଲିଜ୍ ହେବ ।

Get real time updates directly on you device, subscribe now.