fbpx

ସନ୍ଦିଗ୍ଧ ବ୍ୟାଗ ଖୋଲିବା ମାତ୍ରେ ବିସ୍ଫୋରଣ: ଜଣେ ଗୁରୁତର

Advertisement

ପାଟଣାଗଡ଼: ବ୍ୟାଗ ଖୋଲିବା କ୍ଷଣି ବିସ୍ଫୋରଣ ଘଟିବା ଖବର ସାମ୍ନାକୁ ଆସିଛି । ଏଥିରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି ।

ସୂଚନା ଅନ୍ୟୁାୟୀ, ପାଟଣାଗଡ଼ ବିଲେଇସାଥୀ ଗାଁର କୁକୁରଖାଇ ପୋଲ ନିକଟରେ ଥିବା ବୁଦାମୂଳେ ଏକ ବ୍ୟାଗ ଥୁଆ ହୋଇଥିଲା । ଆହତ ଜଣକଙ୍କ ଆଖି ବୁଦାମୂଳେ ଥିବା ସେହି ବ୍ୟାଗ ଉପରେ ପଡିଥିଲା । ସେ ସେହି ସନ୍ଦିଗ୍ଧ ବ୍ୟାଗ ଖୋଲିବା ମାତ୍ରେ ବିସ୍ଫୋରଣ ଘଟିଥିଲା ।

ଘଟଣାସ୍ଥଳରେ ଗାଁ ଲୋକେ ବିସ୍ଫୋରଣର ଶବ୍ଦ ଶୁଣିବା ମାତ୍ରେ ସେହି ସ୍ଥାନକୁ ଯାଇଥିଲେ । ଏହାପରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ସଂଗେ ସଂଗେ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ୟାଗ କେଉଁଠୁ ଆସିଲା କିଏ ଥୋଇଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାଯାଇନାହିଁ । ତେଣୁ ପୋଲିସ ଏହି ମାମଲାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.