fbpx

ପୁରୀ ସମୁଦ୍ର କୂଳରେ କଣ୍ଟେନରକୁ ନେଇ ବଢୁଛି ସସପେନ୍ସ, ବାହାରୁଛି ଅଜବ ବାସ୍ନା

suspicious container found in puri sea beach

ପୁରୀ (ଓଡିଶା ଭାସ୍କର): ପୁରୀରୁ ଆସିଲା ବଡ ଖବର । ପୁରୀ ସମୁଦ୍ର କୂଳରେ ଲାଗିଲା ଅଜଣା କଣ୍ଟେନର । ଗୁରୁବାର ଏହା ପାଣିରେ ଭାସୁଥିବାବେଳେ ଆଜି କୂଳରେ ଲାଗିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିବା ପାଇଁ ବେଳାଭୂମୀରେ ଲୋକଙ୍କ ଭିଡ ବଢିବାରେ ଲାଗିଛି  । ତେବେ ସବୁଠାରୁ ବଡ ପ୍ରଶ୍ନବାଚୀ ହେଲା ଏହା ଭିତରେ ଅଛି କଣ ? ଏହା ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଛି । କିଛି ଲୋକେ ଏଥିରୁ ଅଜଣା ବାସ୍ନା ବାହାରୁଥିବା ମଧ୍ୟ କହିଛନ୍ତି । ଏତେ ଭାରି ଜିନିଷ କେଉଁଠାରୁ ଆସିଲା, ଏହା ଭିତରେ କଣ ରହିଛି ଯାହା ଜାଣିବା ପାଇଁ ଲୋକେ ଗହଳି ଜମାଇଛନ୍ତି ।

ସୂଚନା ଅନୁସାରେ, ଗୁରୁବାର ପୁରୀ ବେଳାଭୂମୀରେ ମତ୍ସଜୀବୀମାନେ ଏକ ଅଜଣା କଣ୍ଟେନର ଦେଖିଥିଲେ । ଏହାପରେ ସେମାନେ ଏହାକୁ ଡଙ୍ଗା ଓଲଟି ଯାଇଥିବା ଭାବି ସାହାଯ୍ୟ କରିବା ପାଇଁ ଯାଇଥିଲେ । କିନ୍ତୁ ପାଖକୁ ଯାଇ ଦେଖିବା ପରେ ଏହା କଣ୍ଚେନର ବୋଲି ଜାଣିଥିଲେ ।  କଣ୍ଟେନରକୁ କୂଳକୁ ଆଣିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଭାରି ଜିନିଷକୁ ଆଣିବାରେ ସକ୍ଷମ ନହେବାରୁ ସେମାନେ ଚାଲି ଆସିଥିଲେ । ହେଲେ ହଠାତ ଆଜି ସକାଳେ କଣ୍ଟେନରଟି କୂଳରେ ଆସି ଲାଗିଥିବା ଦେଖାଯାଇଛି । ତେବେ ସ୍ଥାନୀୟବାସିନ୍ଦାଙ୍କ କହିବା ଅନୁସାରେ, ଜାହାଜରେ କଣ୍ଚେନର ରପ୍ତାନୀ କିମ୍ବା ଆମଦାନୀ ହେଉଥିବା ବେଳେ ଏହା ଖସି ଯାଇଥିବା ଅନୁମାନ କରାଯାଉଛି । କିନ୍ତୁ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସର ସହଯୋଗରେ ଏହାକୁ ଖୋଲିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

 

Get real time updates directly on you device, subscribe now.