fbpx

ପତ୍ନୀର ଚରିତ୍ର ଉପରେ ସନ୍ଦେହ କରି ଗୋଡ଼ରେ ୩୦ କିଲୋର ଶିକୁଳି ବାନ୍ଧି ରଖିଲା ସ୍ୱାମୀ

ପ୍ରତାପଗଡ: ଚରିତ୍ର ଉପରେ ସନ୍ଦେହ କରି ସ୍ୱାମୀ ଓ ପୁଅ ମିଶି ମହିଳାଙ୍କୁ ୩୦ କିଲୋର ଶିକୁଳିରେ ବାନ୍ଧି ରଖିଥିଲେ । ଯେପରି ସେ କୁଆଡେ ଫରାର୍ ନ ହୋଇପାରେ । ତେବେ ଏହିଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ । ଏହି ମାମଲାର ସୂଚନା ପାଇବାରେ ପରେ ପୁଲିସ୍ ପହଞ୍ଚି ମହିଳାଙ୍କୁ ମୁକ୍ତ କରିଛି । ମହିଳା ଜଣକ ନିଜ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ବିଷୟରେ ପୁଲିସ୍ ସାମନାରେ କହିବା ପରେ ପୁଲିସ୍ ବି ତାଜୁବ୍ ହୋଇଯାଇଛି । ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଓ ପୁଅ ମିଶି ୩ ମାସ ହେବ ଗୋଡରେ ଶିକୁଳି ବାନ୍ଧି ରଖିଛନ୍ତି ।

ସୂଚନା ମୁତାବକ, ପ୍ରତାପଗଡ ଜିଲ୍ଲାର ଲାଲଗଡ ଗାଁରେ ଗ୍ରାମ ପଞ୍ଚାୟତରେ ଜାମ୍ବୁଖେଡା ଗାଁରେ ରହୁଥିବା ଭୈରୁଲାଲ୍ ନିଜ ପତ୍ନୀକୁ ପାଖାପାଖି ତିନି ମାସ କାଳ ବାନ୍ଧି ରଖିଥିଲା । ଏହା ବ୍ୟତୀତ ସେ ତାଙ୍କୁ ୩୦ କିଲୋ ଓଜନର ଏକ ଶିକୁଳିରେ ବାନ୍ଧି ରଖିଥିଲା । ଭୈରୁଲାଲ୍ ନିଜ ପତ୍ନୀକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲା ।

ତେବେ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ମାନେ ପୁଲିସକୁ ସୂଚନା ଦେଇଥିଲେ । ଏହାପରେ ପୁଲିସ୍ ଭୈରୁଲାଲ୍ ଙ୍କ ଘରେ ପହଞ୍ଚି ମହିଳାଙ୍କୁ ମୁକ୍ତି କରିଥିଲା । ମହିଳା ଜଣକ କହିଛନ୍ତି ଯେ, ସେ ନିଜ ମା’ଙ୍କୁ କାମରେ ସାହାଯ୍ୟ କରିବା ପାଇଁ ପାଖ ଗାଁକୁ ଯାଉଥିଲେ । ଏହି ସମୟରେ ମହିଳାଙ୍କ ପୁଅ ଓ ସ୍ୱାମୀ ତାଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ଶିକୁଳିରେ ବାନ୍ଧି ଗୋଟିଏ କଏଦୀଙ୍କ ପରି ରଖିଥିଲେ । ତେବେ ପୁଲିସ୍ ଏହି ମାମଲାରେ ପୁଅ ଓ ସ୍ୱାମୀକୁ ଗିରଫ କରିଛି ।

Get real time updates directly on you device, subscribe now.