fbpx

କଂଗ୍ରେସର ଏହି ଆସନରୁ ନିର୍ବାଚନ ଲଢ଼ି ପାରନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର

ମୁମ୍ବାଇ: ସ୍ୱରା ଭାସ୍କରଙ୍କୁ ଅନେକ ସମୟରେ ବିଜେପିର ନୀତି ବିରୋଧରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥାଏ ।୨୦୨୦ରେ, ସେ ମହାରାଷ୍ଟ୍ରରେ ସିଏଏ ବିରୋଧରେ ଆୟୋଜିତ ଏକ ସାଧାରଣ ସଭାରେ ମଧ୍ୟ ଭାଗ ନେଇଥିଲେ ଯେଉଁଥିରେ ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ନିକଟରେ ତାଙ୍କୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ମଧ୍ୟ ଦେଖିବାକୁ ମିଳିଥିଲା।

ତେବେ ସୂଚନା ଅନୁଯାୟୀ, ସ୍ୱରା ବର୍ତ୍ତମାନ କଂଗ୍ରେସରେ ସାମିଲ ହେବେ ବୋଲି ସୂତ୍ରରୁ ଜଣାପଡିଛି । ସେ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କ ସହ ଯୋଗାଯୋଗରେ ଅଛନ୍ତି। ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତାମାନେ ନିଶ୍ଚିତ କରିଛନ୍ତି ଯେ ସେମାନେ ସ୍ୱରା ଭାସ୍କରଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳ ବିଚାର କରିବ। ମୁମ୍ବାଇର ଉତ୍ତର-ମଧ୍ୟ (ବାନ୍ଦ୍ରା) ଆସନରୁ କଂଗ୍ରେସ ତାଙ୍କୁ ଟିକେଟ ଦେଇପାରେ। କାରଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋବିନ୍ଦାଙ୍କୁ ଉତ୍ତର କେନ୍ଦ୍ରୀୟ ମୁମ୍ବାଇ ଲୋକସଭା ନିର୍ବାଚନମଣ୍ଡଳୀରୁ ମନୋନୀତ କରାଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ଏବେ ସ୍ୱରାଙ୍କୁ ଆପଣେଇପାରେ । ଅଭିନେତା ଗୋବିନ୍ଦାଙ୍କ ନାମ ଲୋକସଭା ପ୍ରାର୍ଥୀ ହେବା ପାଇଁ ଆଲୋଚନା ହେବା ପରେ ଏବେ କଂଗ୍ରେସ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ ବଲିଉଡ ଅଭିନେତ୍ରୀଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ଯୋଜନା ଆରମ୍ଭ କରିଛି ।

ଏଠାରେ କହି ରଖୁ, ଯେ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହଦ ଅହମ୍ମଦ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି। ସେ ସମାଜବାଦୀ ପାର୍ଟିର ଯୁବ ବାହିନୀ ସମାଜବାଦୀ ଯୁବଜନ ସଭାର ମହାରାଷ୍ଟ୍ର ସଭାପତି ଅଛନ୍ତି ।

Get real time updates directly on you device, subscribe now.