fbpx

CBSE ବୋର୍ଡ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ: ୧୦ଟି ରାଜ୍ୟର ୨୦ଟି ସ୍କୁଲର ଆଫିଲିଏସନ ବାତିଲ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ କିଛି ସ୍କୁଲ ଉପରେ ଏକ ବଡ଼ ଧରଣର ଆକ୍ସନ ନିଆଯାଇଛି । ଦେଶର ୧୦ଟି ରାଜ୍ୟର ୨୦ଟି ସ୍କୁଲର ମାନ୍ୟତା ରଦ୍ଦ କରି ଦିଆଯାଇଛି । ଅନେକ ସ୍କୁଲ ସିବିଏସଇ ମାନ୍ୟତାପ୍ରାପ୍ତ ହୋଇଥିବା ବେଳେ ଅନେକ ସମୟରେ ସ୍କୁଲଗୁଡ଼ିକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବୋର୍ଡ କ୍ଷରୁ ଜରୁରୀ ଗାଇଡଲାଇନ୍ସ ଜାରି କରାଯାଇଥାଏ । ତେବେ ନିକଟରେ ବୋର୍ଡ ପକ୍ଷରୁ ସମସ୍ତ ସ୍କୁଲଗୁଡ଼ିକ ଉପରେ ଗୋପନୀୟ ପରିଦର୍ଶନ କରାଯାଇଥିଲା ।
ତେବେ କିଛି ସ୍କୁଲ ଗାଇଡଲାଇନ୍ସ ଫଲୋ କରୁନଥିଲେ ଓ କିଛି ଅନୌପଚାରିକ କାର୍ଯ୍ୟକଳାପରେ ବ୍ୟସ୍ତ ଥିବା ଜଣାପଡ଼ିଥିଲା । ଯାଞ୍ଚ ପରେ ସିବିଏସଇ ପକ୍ଷରୁ ଏହି ସ୍କୁଲଗୁଡ଼ିକର ଆଫିଲିଏସନ ବାତିଲ କରାଯିବା ସହିତ ଆଉ କିଛି ସ୍କୁଲକୁ ଡ୍ରାଉନଗ୍ରେଡ୍ ମଧ୍ୟ କରି ଦିଆଯାଇଛି । ସିବିଏସଇଇ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି କରି ଏ ବାବଦରେ ସୂଚନା ଦିଆଯାଇଛି । ଏହି ସବୁ ସ୍କୁଲମାନଙ୍କରେ ଡମି ଛାତ୍ର ପଢ଼ୁଥିଲେ । ଏଥିସହିତ ଅନୁଚିତ ଛାତ୍ରଙ୍କ କୌଣସି ରେକର୍ଡ ରଖାଯାଇ ନଥିଲା । ପାଖାପାଖି ୨୦ଟି ସ୍କୁଲର ଆଫିଲିଏସନ ବାତିଲ କରାଯିବା ସହିତ ଦିଲ୍ଲୀ, ପଞ୍ଜାବ ଓ ଆସାମର ସ୍କୁଲକୁ ଡାଉନଗ୍ରେଡ୍ କରିଦିଆଯାଇଛି ।

Get real time updates directly on you device, subscribe now.