fbpx
BSKY SKY
BSKY SKY

ଓଡ଼ିଶା ହାଇକୋର୍ଟ ଜୁନିୟର ଗ୍ରେଡ ଟାଇପିଷ୍ଟ/ DEO ପ୍ରିଲିମିନାରୀ ରେଜଲ୍ଟ ଘୋଷଣା: ଏପ୍ରିଲ ୭ରେ ଲାଙ୍ଗୁଏଜ୍ ଟେଷ୍ଟ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଗତ ବର୍ଷ ଡିସେମ୍ବର ମାସରେ ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏନେଇ ଡିସେମ୍ବର ମାସ ୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା । ଗତ ୩ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହାମଧ୍ୟରେ ଉକ୍ତ ପ୍ରିଲିମ୍ସ ରେଜଲ୍ଟ ଘୋଷଣା କରାଯାଇଛି ।

ମୋଟ ୧୧୨ ଜଣ ପ୍ରାର୍ଥୀ ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ହେବାକୁ ଥିବା ଭାଷା ପରୀକ୍ଷା ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କର ରୋଲ ନମ୍ବର ଜାରି କରାଯାଇଛି । ଏପ୍ରିଲ ମାସ ୭ ତାରିଖରେ ଓଡ଼ିଶା ହାଇକୋର୍ଟର ନ୍ୟୁ କନଫରେନ୍ସ ହଲରେ ଲାଙ୍ଗୁଏଜ୍ ଟେଷ୍ଟ କରାଯିବ । ସକାଳ ୯ଟାରୁ ୧୧ଟା ମଧ୍ୟରେ ଏହି ଟେଷ୍ଟ କରାଯିବ । ପ୍ରାର୍ଥୀମାନେ ଆସନ୍ତା ୨୫ ତାରିଖ ଠାରୁ ଏପ୍ରିଲ ୭ ତାରିଖ ମଧ୍ୟରେ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ଭାଷା ପରୀକ୍ଷାରେ ପ୍ରାର୍ଥୀଙ୍କୁ ୨ ଘଣ୍ଟା ମଧ୍ୟରେ ୧୦୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ଇଂରାଜୀ ରଚନା ୩୦୦ ଶବ୍ଦରେ ୩୦ ମାର୍କ, ପ୍ରେସିସ ଲିଖନ ୨୦ ମାର୍କ, ଇଂରାଜୀରୁ ଓଡ଼ିଆ ଅନୁବାଦ ୨୦ ମାର୍କ, ଓଡ଼ିଆର ଇଂରାଜୀ ଅନୁବାଦ ୨୦ ମାର୍କ, ଇଂରାଜୀ ଗ୍ରାମାର ୧୦ ମାର୍କ ରହିଛି ।

ପ୍ରିଲିମିନାରୀ ରେଜଲ୍ଟ ଲିଙ୍କ: https://www.orissahighcourt.nic.in/recruitment-corner-pdf-view/197/

Get real time updates directly on you device, subscribe now.