fbpx

ସୋମବାରଠୁ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ବାହାର ଜିଲ୍ଲାବାସୀ, ମୃତକଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ପୁରୀ (ଭାସ୍କର ନ୍ୟୁଜ୍‌): ଚଳିତ ମାସ ୧୬ ତାରିଖରୁ ବାହାର ଜିଲ୍ଲାବାସୀଙ୍କ ପାଇଁ ଉନ୍ମୁକ୍ତ ହେବ ପୁରୀ ସ୍ୱର୍ଗ ଦ୍ୱାର । ଏଣିକି ପୁରୀ ବାହାର ଜିଲ୍ଲା ଲୋକ ବି ସ୍ୱର୍ଗ ଦ୍ୱାରରେ ନିଜ ପରିଜନଙ୍କ ଶବ ସତ୍କାର କରିପାରିବେ । ହେଲେ ଶବ ସତ୍କାର ସମୟରେ କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସୂଚନା ଅନୁଯାୟୀ ଦୀର୍ଘ ଦିନ ପରେ କରୋନା ଗ୍ରାଫ୍‌ ତଳମୁହାଁ ଥିବାରୁ ପୁରୀ ବାହାର ଜିଲ୍ଲାବାସୀଙ୍କୁ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିବାକୁ ଅନୁମତି ଦିଆଯାଇଛି । ହେଲେ ମୃତକଙ୍କ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଶନିବାର, ରବିବାର ସଟଡାଉନ୍‌ରେ ମଧ୍ୟ ସ୍ୱର୍ଗଦ୍ୱାର ଖୋଲା ରହିବ । ଏହି ସମୟରେ ମଧ୍ୟ ବାହାର ଜିଲ୍ଲାବାସୀ ଶବ ସତ୍କାର କରିପାରିବେ ।

ସୂଚନାଯୋଗ୍ୟ କରୋନା ସଂକ୍ରମଣ ହାର ବୃଦ୍ଧି ଯୋଗୁଁ ଗତ ଏପ୍ରିଲ ୨୬ ତାରିଖରୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବ ସତ୍କାରକୁ ବାରଣ କରାଯାଇଥିଲା । ଏଥିପାଇଁ କେବଳ ପୁରୀ ଲୋକଙ୍କୁ ଅନୁମତି ମିଳିଥିଲା । କୋଭିଡ ବ୍ୟତୀତ ଅନ୍ୟ କାରଣ ପାଇଁ ମୃତ୍ୟୁ ହେଲେ ସ୍ୱର୍ଗଦ୍ୱାରରେ ପୁରୀବାସୀ ସେମାନଙ୍କ ଆତ୍ମୀୟଙ୍କ ଶବଦାହ କରିାରିବେ ବୋଲି ସ୍ପଷ୍ଟ କରାଯାଇଥିଲା ।

Get real time updates directly on you device, subscribe now.