ମୁମ୍ବାଇ: କଲଚରାଲ ସେଣ୍ଟର ଇଭେଣ୍ଟରେ ନୀତା ଓ ମୁକେଶ ଅମ୍ବାନୀଙ୍କ ଫଟୋ ଭାଇରାଲ ହେବାପରେ ଖାଦ୍ୟ ପେୟର ଫଟୋ ଭାଇରାଲ ହେବାରେ ଲାଗିଛି । ମିଠା ଖାଦ୍ୟ ସହ ୫୦୦ ଟଙ୍କିଆ ନୋଟର ଫଟୋ ସାମ୍ନାକୁ ଆସିଛି । କିଛି ଲୋକ ଏହାକୁ ବିଶ୍ୱାସ ମଧ୍ୟ କରିପାରୁନାହାନ୍ତି । ଏହି ୫୦୦ ଟଙ୍କିଆ ନୋଟରେ ପରଷା ଯାଇଥିବା ଖାଦ୍ୟର ଫଠୋ ସତ ଅଟେ । ହେଲେ ଏଥିରେ ଥିବା ନୋଟ ନକଲି ଅଟେ । ଏହା ମୁକେଶ ଅମ୍ବାନୀଙ୍କ ଅତିଥିଙ୍କୁ ପରାଷା ଯାଇଥିଲା । ଏହି ଡିସ ଦିଲ୍ଲୀର ଫେମସ ଡିସ ଅଟେ । ଜାଣନ୍ତୁ ଏହି ଡିସ୍ ବିଷୟରେ…
ମୁକେଶ ଏବଂ ନୀତା ଅମ୍ବାନୀଙ୍କ ଏହି ଇଭେଣ୍ଟ କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ପ୍ରଶଂସା ଚାଲିଛି । ବର୍ତ୍ତମାନ ଏହି କାର୍ଯ୍ୟକ୍ରମର କିଛି ଫଟୋକୁ ନେଇ ଲୋକମାନଙ୍କ ମନରେ ଉତ୍ସାହ ଦେଖାଦେଇଛି । ପ୍ରଥମେ ରୂପା ଗୁଜରାତୀ ଥାଳିରେ ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିଥିଲା । ବର୍ତ୍ତମାନ ଟଙ୍କାର ଫଟୋ ଚିତ୍ତାକର୍ଷଣ କରିଛି । ଏହି ଡିସର ନାମ ଦୌଲତ ଚାଟ । ଏଥିରେ ଲାଗିଥିବା ନୋଟ ସବୁଠାରୁ ଚିତ୍ତକର୍ଷକ ଅଟେ । ଏହା ଦିଲ୍ଲୀର ଲୋକପ୍ର୍ୟି ଚାଟ ଅଟେ । ଦେଶର ଅନେକ ସହରରେ ଏହାର ନାମ ଅଲଗା ଅଟେ ।
ଏହି ଖାଦ୍ୟଟି ଥଣ୍ଡା ପାଗରେ ମିଳିଥାଏ । ଏହାର ଖାସ କଥା ହେଉଛି ଏହି ଖାଦ୍ୟକୁ ପାଟିରେ ରଖିବା ମାତ୍ରେ ମିଳେଇ ଯାଏ । ସୂଚନା ମୁତାବକ ଖେମଚନ୍ଦ ଆଦେଶ କୁମାର ଏହି ଡିସ୍ କୁ ଲୋକପ୍ରିୟତା କରାଇଥିଲେ । ସେ ଜଣେ କୃଷକ ଅଟନ୍ତି । ଏହାକୁ କଞ୍ଚା କ୍ଷୀରରେ ତିଆରି କରାଯାଇଥାଏ । ଖୁଆ ଏବଂ ଛେନା ମଧ୍ୟ ଏଥିରେ ପଡିଥାଏ । ମୁକେଶ ଅମ୍ବାନୀଙ୍କ କାର୍ଯ୍ୟକ୍ରମରେ ମଧ୍ୟ ଏହାକୁ ମାଟି ପାତ୍ରରେ ପରଷା ଯାଇଛି । ଏହାକୁ ଉପସ୍ଥାପନା କରିବା ପାଇଁ ନକଲି ନୋଟ ସଜା ଯାଇଛି ।