ନଣନ୍ଦ, ଭାଉଜଙ୍କ ମଧ୍ୟରେ ନ ଥିଲା ସୁସମ୍ପର୍କ, ଶ୍ୱେତା ପସନ୍ଦ କରୁନଥିଲେ ଐଶଙ୍କୁ!

ମୁମ୍ବାଇ: ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚନ ଓ ଅଭିଷେକ ବଚନଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଚାଲିଛି । ଠିକ ଏତିକି ବେଳକୁ ବିଶ୍ୱ ସୁନ୍ଦରୀଙ୍କ ନଣନ୍ଦ ଶ୍ୱେତା ବଚନଙ୍କ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଐଶଙ୍କ ଅଭ୍ୟାସକୁ ନେଇ କହୁଛନ୍ତି । ଐଶଙ୍କ ପ୍ରତି ନିଜ ଅସନ୍ତୋଷ ଜାହିର କରିଛନ୍ତି ଶ୍ୱେତା ।

ଐଶ ଓ ଅଭିଙ୍କ ସମ୍ପର୍କରେ ଫାଟକୁ ନେଇ ମିଡିଆରେ ଅନେକ କଥା ଆସୁଛି, ହେଲେ ପରିବାର ତରଫରୁ କୌଣସି କଥା କୁହାଯାଉନାହିଁ ହେଲେ ଶ୍ୱେତା ଐଶଙ୍କୁ ନେଇ ଅସନ୍ତୁଷ୍ଟ ଥିଲେ । ତାଙ୍କର ଅଭ୍ୟାସରେ ଅତିଷ୍ଠ ଥିଲେ ନଣନ୍ଦ । ଏକ ପୁରୁଣା ଭିଡିଓରେ ଶ୍ୱେତା କଣ କହିଥିଲେ ଏବେ ଭାଇରାଲ ହେଉଛି । ଏହା କରଣ ଜୋହରଙ୍କ ସୋ କଫି ୱିଥ କରଣର । ଏହି ସୋକୁ ଅଭି ଭଉଣୀଙ୍କୁ ନେଇ ଯାଇଥିଲେ ।

ସୋରେ କରଣ ଅଭି ଓ ଐଶଙ୍କ ଦାମ୍ପତ୍ୟ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ହୋଇଥିଲା । ଶ୍ୱେତାଙ୍କୁ କରଣ ପଚାରିଥିଲେ ଭାଉଜ ଐଶ୍ୱର୍ଯ୍ୟାଙ୍କ କେଉଁ ଅଭ୍ୟାସ ତାଙ୍କୁ ଭଲଲାଗେ ଓ କେଉଁଟି ଭଲ ଲାଗେ ନାହିଁ । ସେଥିରେ ଐଶଙ୍କୁ ପ୍ରଶଂସା କରି ଶ୍ୱେତା କହିଥିଲେ, ଐଶ ଜଣେ ସେଲ୍ଫ ମେଡ ଓ ମଜବୁତ ମହିଳା । ଭଲ ମା ମଧ୍ୟ । ଏହାକୁ ସେ ପସନ୍ଦ କରନ୍ତି । ତା ପରେ ସେ କହିଥିଲେ, ଭାଉଜଙ୍କ କେଉଁ ଅଭ୍ୟାସ ତାଙ୍କୁ ଭାରି ବିରକ୍ତ କରେ ।

ଶ୍ୱେତା କହିଥିଲେ, ଐଶଙ୍କୁ ଫୋନ କଲେ କି ମେସେଜ କଲେ ସେ ତାର ଉତ୍ତର ଦେବାକୁ ବହୁ ସମୟ ନିଅନ୍ତି । ଏହି ଅଭ୍ୟାସକୁ ସେ ଭାରି ନାପସନ୍ଦ କରନ୍ତି ।