fbpx

Swiggyରେ ଅର୍ଡର କଲେ ଦେବାକୁ ପଡିବ ଅଧିକ ଟଙ୍କା: ଏହି ସେବା ପାଇଁ ଲାଗିବ ଚାର୍ଜ

ନୂଆଦିଲ୍ଲୀ: ସ୍ୱିଗିରେ ଖାଦ୍ୟ ଅର୍ଡର କରୁଥିବା ସମସ୍ତ ୟୁଜରମାନଙ୍କୁ ଏକ ଶକ୍ତ ଝଟକା ଲାଗିଛି । ଅନଲାଇନ ଫୁଡ ଡେଲିଭାରୀ ପ୍ଲାଟଫର୍ମ ସ୍ୱିଗି ଏବେ ଆହୁରି ମହଙ୍ଗା ହୋଇଯାଇଛି । ଏଣିକି କାର୍ଟ ଅର୍ଡର ଅପେକ୍ଷା ଅଧିକ ଚାର୍ଜ ନେବା ଆରମ୍ଭ କରିଛି ସ୍ୱିଗି କମ୍ପାନୀ । ତେବେ ଅର୍ଡରରେ ଏହି ଅତିରିକ୍ତ ଶୁଳ୍କ ସ୍ୱିଗି ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଏକ ଝଟକା ଦେଇଛି । ଏଣିକି କାର୍ଟ ମୂଲ୍ୟ ବ୍ୟତୀତ ପ୍ରତ୍ୟେକ ଅର୍ଡର ପିଛା ଅଧିକ ଟଙ୍କା ଲାଗୁ କରିଛି ।

ସୂଚନା ଅନୁସାରେ, ବର୍ତ୍ତମାନ ପ୍ରତ୍ୟେକ ଫୁଡ୍ ଅର୍ଡର ପ୍ରତି ଅତିରିକ୍ତ ୨ଟଙ୍କା ଲେଖାଏଁ ଚାର୍ଜ କରୁଛି ସ୍ୱିଗି । ତେବେ ଏହି ଚାର୍ଜ କେବଳ ମୁଖ୍ୟ ପ୍ଲାଟଫର୍ମରେ ହୋଇଥିବା ଅର୍ଡର ଉପରେ ଲାଗୁ କରାଯାଉଛି । କିନ୍ତୁ ଇନଷ୍ଟାମାର୍ଟ ୟୁଜର୍ସମାନଙ୍କୁ ଏହି ଚାର୍ଜ ଦେବାକୁ ପଡିବ ନାହିଁ ବୋଲି କମ୍ପାନୀ ସୂଚନା ଦେଇଛି । ତେବେ ଏହି ପରିବର୍ତ୍ତନ ପରେ ସ୍ୱିଗିର ପ୍ରବର୍ତ୍ତକ କହିଛନ୍ତି ଯେ, ପ୍ଲାଟଫର୍ମ ଶୁଳ୍କ ଖାଦ୍ୟ ଅର୍ଡରରେ ନିଆଯାଉଥିବା ସାଧାରଣ ଫ୍ଲାଟ ଟାକ୍ସ ହୋଇଥାଏ । ପ୍ଲାଟଫର୍ମକୁ ସଞ୍ଚାଳିତ କରିବା ଏବଂ ଆହୁରି ଭଲ କରିବାରେ ସାହାଯ୍ୟ କରିଥାଏ ଏହି ଟାକ୍ସ । ପୂର୍ବରୁ ଏକ ରିପୋର୍ଟରେ କୁହାଯାଇଥିଲା ଯେ, ସ୍ୱିଗି ପ୍ରତିଦିନ ୨ ମିଲିୟନରୁ ଅଧିକ ଅର୍ଡର ପାଇଥାଏ ।

ସ୍ୱିଗି ଏବଂ ଗିଗ୍ କର୍ମଚାରୀଙ୍କ ପାଇଁ ଏକ ପ୍ରମୁଖ ନେଟୱାର୍କିଙ୍ଗ ପ୍ଲାଟଫର୍ମ ‘ଆପନା’ରୁ ଚଳିତବର୍ଷ ଇନଷ୍ଟାମାର୍ଟ ପାଇଁ ୧୦ହଜାର ପଦବୀ ପୂରଣ କରିବା ପାଇଁ ଘୋଷଣା କରିଛି । ରିପୋର୍ଟ ଅନୁସରେ, ୨୦୨୫ ସୁଦ୍ଧା ଡୋମେନ୍ ୫.୫ଆରବ ଡଲାର ପର୍ଯ୍ୟନ୍ତ ପହଞ୍ଚିବା ନେଇ ଅନୁମାନ କରାଯାଉଛି । ଗତ ୨୦୨୧ ମସିହାରେ ଏହା ୦.୩ ଆରବ ଡଲାରରେ ରହିଥିଲା ।

Get real time updates directly on you device, subscribe now.