fbpx

କରୋନାର ଗମ୍ଭୀର ଲକ୍ଷଣରୁ ବଢ଼ିପାରେ ଡେଲିରିୟମର ରୋଗର ବିପଦ, ମସ୍ତିଷ୍କ ହୋଇପାରେ ଖରାପ

ୱଶିଂଟନ୍: କରୋନା ମହାମାରୀର ସଂକ୍ରମଣକୁ ନେଇ ନୂଆ ତଥ୍ୟ ଆଣିଛି ଆମେରିକାର ଏକ ଅଧ୍ୟୟନ । କରୋନା ଯୋଗୁଁ ମେଡିକାଲରେ ଭର୍ତ୍ତି ହୋଇଥିବା ୧୫୦ ରୋଗୀଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରେ ଜଣାପଡିଛି ଯେ, ୭୩ ପ୍ରତିଶତ ରୋଗୀଙ୍କୁ ଡେଲିରିୟମ ନାମକ ରୋଗ ଥିଲା । ଡେଲିରିୟମ ହେଉଛି ଚିନ୍ତାବିଭ୍ରମର ଏକ ଗମ୍ଭୀର ସ୍ଥିତି, ଯେଉଁଥିରେ ମସ୍ତିଷ୍କ ଠିକ ଭାବରେ କାମ ନକରିବା କାରଣରୁ ବ୍ୟକ୍ତି ଭ୍ରମ, ଉତ୍ତେଜନାରେ ରହିଥାଏ ଓ ସ୍ପଷ୍ଟ ଭାବରେ ବୁଝି-ବିଚାରି କାମ କରିନଥାଏ ।

‘ବିଏମଜେ ଓପନ’ ନାମକ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ ଜଣାପଡିଛି ଯେ, ଡେଲିରିୟମର ରୋଗୀମାନେ ହାଇ ବ୍ଲଡପ୍ରେସର ଓ ଡାଇବେଟିସ୍ ଭଳି ରୋଗରେ ପୀଡିତ ରହନ୍ତି ଓ ସେମାନଙ୍କଠାରେ କୋଭିଡ ଲକ୍ଷଣ ଅଧିକ ଗମ୍ଭୀର ଭାବେ ଦେଖିବାକୁ ମିଳେ ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି କି, ଡେଲିରିୟମ୍ ଯୋଗୁଁ ମସ୍ତିଷ୍କରେ ଅମ୍ଳଜାନର ଅଭାବ ହୋଇପାରେ । ଏହା ସହିତ ରକ୍ତ ଜମାଟ ବାନ୍ଧିବା ଏବଂ ଷ୍ଟ୍ରୋକ୍ ମଧ୍ୟ ହୋଇପାରେ, ଯାହାକି ଚିନ୍ତା କରିବାର କ୍ଷମତାକୁ କମାଇଥାଏ । ଡେଲିରିୟମ ରୋଗ ଯୋଗୁଁ ଭ୍ରମ ଓ ବିଚଳିତ ଭଳି ଲକ୍ଷଣ ବଢ଼ିଯାଏ ।

Get real time updates directly on you device, subscribe now.