fbpx

ଟ୍ରିପଲ୍ ମର୍ଡର୍ ଘଟଣା; ଠାବ ହେଲା ସ୍ୱାମୀର ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଟ୍ରିପଲ୍ ମର୍ଡର୍ ଘଟଣାର ଆଉ ତାଜା ଅପଡେଟ୍ ଆସିଛି । ଏହି କ୍ରମରେ ,ସ୍ୱାମୀର ମୃତଦେହ ଠାବ ହୋଇଛି । ବ୍ରଜରାଜନଗର ଥାନା ଗଙ୍ଗାନଗର ଫାଟକପଡ଼ାର ଏକ କୂଅରେ ମୃତଦେହ ଠାବ ହୋଇଛି । ଗତକାଲି ସ୍ତ୍ରୀ ଓ ଦୁଇ ଝିଅଙ୍କ ମୃତଦେହ ଘର ଭିତରୁ ମିଳିଥିଲା । ତେବେ ଆଜି ଘରପାଖ କୂଅରୁ ସ୍ୱାମୀର ମୃତଦେହ ଠାବ ହୋଇଛି । ଘର ଭିତରୁ ସ୍ତ୍ରୀ ଓ ପିଲାଙ୍କ ମୃତଦେହ ମିଳିବାପରେ ସ୍ୱାମୀ ଏହି ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା । ଶ୍ୱଶୁର ଘର ଲୋକେ ମଧ୍ୟ ଜ୍ୱାଇଁ ଉପରେ ସନ୍ଦେହ ବ୍ୟକ୍ତି କରିଥିଲେ । କିନ୍ତୁ ସ୍ୱାମୀର ମୃତଦେହ ଠାବ ପରେ ସସପେନ୍ସ ବଢ଼ିଛି । ତେବେ କିଏ ଓ କାହିଁକି ପରିବାରର ୪ ଜଣଙ୍କୁ ହତ୍ୟା କଲଶ ତାକୁ ନେଇ ଖୋଳତାଡ଼ ଜାରି ରହିଛି । ଏହି ମାମଲାରେ ଗତକାଲି ଦିଅରକୁ ଅଟକ ରଖି ପୋଲିସ୍ ପଚରାଉଚରା ଜାରି ରଖିଛି ।

Get real time updates directly on you device, subscribe now.