fbpx

ସିନ୍ଥେଟିକ ଅଣ୍ଡା ବିକ୍ରି ନେଇ ରିଲାଏନ୍ସ ଫ୍ରେସ୍‌ରେ ଚଢ଼ାଉ, ଲ୍ୟାବ୍‌କୁ ପରୀକ୍ଷା ପାଇଁ ପଠାଗଲା ଅଣ୍ଡା ନମୁନା

କଟକ(ଭାସ୍କର ନ୍ୟୁଜ୍‌): ସିନ୍ଥେଟିକ ଅଣ୍ଡା ବିକ୍ରି ନେଇ କନିକା ଛକ ରିଲାଏନ୍ସ ଫ୍ରେସ୍‌ରେ କଟକ ମହାନଗର ନିଗମ ପକ୍ଷରୁ ଚଢାଉ କରାଯାଇଛି । ଏହି ଫ୍ରେସ୍‌ରେ ସିନ୍ଥେଟିକ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ଚଢ଼ାଉ କରାଯାଇଥିଲା । ଏଠାରେ ବିକ୍ରି ହେଉଥିବା ଅଣ୍ଡା ଗୁଡିକ ଖାଇବା ଉପଯୋଗୀ ନଥିବାବେଳେ ବହୁ ଅଣ୍ଡା ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଥିଲା । ଏଥିସହ ଫ୍ରେସରେ ଥିବା କିଛି ପରିବା ଯାହାକି ଖାଦ୍ୟ ଉପଯୋଗୀ ନଥିବା ଦେଖାଯିବାରୁ ପରିବା ସହିତ ଅନେକ ଜିନିଷକୁ ଜବତ କରିଛି ମହାନଗର ନିଗମ ।

କଟକରେ ଏବେ କିଛିଦିନ ହେବ ମହାନଗର ନିଗମର ଚଢ଼ାଉକୁ ବ୍ୟାପକ କରାଯାଇଥିବା । କିନ୍ତୁ ଚଢ଼ାଉ ସମୟରେ ଜବତ ହୋଇଥିବା ଅଣ୍ଡାକୁ ଲ୍ୟାବ୍‌କୁ ପରୀକ୍ଷା ପାଇଁ ପଠାଯିବ । ଯଦି ଏହା ଖାଇବା ଉପଯୋଗୀ ନ ହୁଏ ତେବେ ଫୁଡ଼ ସେଫଟି ଆଇନି ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଫ୍ରେସ୍‌ର ଅଧିକାରୀ କୌଣସି ସନ୍ତୋଷ ମୂଳକ ଉତ୍ତର ଦେଇପାରିନଥିଲେ କି ଅଣ୍ଡାର କୌଣସି ଖରିଦି ବିଲ ଦେଖାଇ ପାରିନଥିଲେ ।

Get real time updates directly on you device, subscribe now.