fbpx

ଜୁନ୍ ୪ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ ୨୦୨୪: କେଉଁଠି ଖେଳାଯିବ ମେଗା ଟୁର୍ଣ୍ଣାମେଣ୍ଟ?

Advertisement

ନୂଆଦିଲ୍ଲୀ: ଆସନ୍ତାବର୍ଷ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପର ନବମ ସଂସ୍କରଣ । ଏହି ମେଗା ଇଭେଣ୍ଟ ପାଇଁ ଘୋଷଣା ହୋଇଯାଇଛି ତାରିଖ । ରିପୋର୍ଟ ଅନୁସାରେ ଆସନ୍ତାବର୍ଷ ଜୁନ୍ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ, ୨୦୨୪ । ଜୁନ୍ ୪ ତାିରଖରୁ ଜୁନ୍ ୩୦ ତାିଖ ମଧ୍ୟ ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଇପାରେ । ଗତବର୍ଷ ଅକ୍ଟୋବରରେ ଏହି ମେଗା ଇଭେଣ୍ଟର ଅଷ୍ଟମ ସଂସ୍କରଣ ଖେଳାଯାଇଥିଲା । ତେବେ ଆଗାମୀ ବର୍ଷରେ ଏହା ଜୁନ୍ ମାସରେ ଖେଳାଯିବା ନେଇ ଆଇସିସି ସଂକେତ ଦେଇଛି । ସୂଚନା ଅନୁସାରେ, ଆସନ୍ତାବର୍ଷ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଏହି ମେଗା ଇଭେଣ୍ଟ ଖେଳାଯିବା ନେଇ ସୂଚନା ରହିଛି । ତେବେ ଆଇସିସିର ଏକ ପ୍ରତିନିଧି ମଣ୍ଡଳ ଚଳିତ ସପ୍ତାହରେ ଏଥିପାଇଁ ଭେନ୍ୟୁ ପରିଭ୍ରମଣ କରିଛନ୍ତି । ଆମେରିକାର ୫ଟି ସର୍ଟଲିଷ୍ଟେଡ ସ୍ଥାନକୁ ପରିଭ୍ରମଣ କରିଛନ୍ତି ଆଇସିସିର ପ୍ରତିନିଧି ।

ଟି-୨୦ ବିଶ୍ୱକପର ଇତିହାସରେ ପ୍ରଥମ ଥର ପାଇଁ ୨୦ଟି ଟିମ୍ ଭାଗ ନେବାକୁ ଯାଉଛନ୍ତି । ପ୍ରଥମ ରାଉଣ୍ଡରେ ଏହି ଟିମଗୁଡ଼ିକୁ ୪ଟି ଗ୍ରୁପରେ ଭାଗ କରାଯାଉଛି । ତେବେ ପ୍ରତ୍ୟେକ ଗ୍ରୁପର ଶୀର୍ଷରେ ଥିବା ୨ଟି ଟିମକୁ ସୁପର ୮ ପାଇଁ କ୍ୱାଲିଫାଏ କରିବାକୁ ସୁଯୋଗ ମିଳିବ । ସେହିପରି ସୁପର ୮ରେ ଦୁଇଟି ଗ୍ରୁପ ତିଆରି କରାଯିବା ସହ ଶୀର୍ଷ ୨ଟି ଟିମ୍ ସିଧା ସେମି ଫାଇନାଲରେ ପ୍ରବେଶ କରିବାର ସୁଯୋଗ ମିଳିପାରିବ ।

Get real time updates directly on you device, subscribe now.