fbpx

T 20 WORLD CUP: ବିଶ୍ୱରେ  ଆଫଗାନିସ୍ତାନ କ୍ରିକେଟର ଉଦୟ, ସଫଳତା ପଛରେ ରହିଛି ଭାରତୀୟଙ୍କ ହାତ ଓ ଆଇପିଏଲ

ଓଡିଶା ଭାସ୍କର : ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ଦଳକୁ ପରାସ୍ତ କରିଛି ରସିଦ ଖାନଙ୍କ ଆଫଗାନିସ୍ତାନ ଦଳ । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଭଳି ଦଳକୁ ଆଣ୍ଠୁ ନଇଁବାକୁ ବାଧ୍ୟ କରିଛି ଏ ଦଳ । ବିଶ୍ୱ କ୍ରିକେଟରେ ଏକ ଶକ୍ତିଶାଳୀ ଦଳ ଭାବରେ ଏବେ ବିବେଚନା କରାଯାଉଛି ରସିଦବାହିନୀଙ୍କୁ । ୨୦୧୭ ମସିହାରେ ଏହା ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦର ପୂର୍ଣ୍ଣକାଳୀନ ସଦସ୍ୟ ହୋଇଥିଲା ଓ ମାତ୍ର ୭ ରୁ ୮ ବର୍ଷ ଭିତରେ ଆଖିଦୃଶିଆ ଭାବରେ ଏହାର ପ୍ରଦର୍ଶନ ବଢିଛି । ଚଳିତ ବିଶ୍ୱକପରେ ଦବଦବା ଜାହିର କରି ପାରିଛି ଏହି ଦଳ । ବିଶ୍ୱକପ ସେମିଫାଇନାଲ ଖେଳିବା ପାଇଁ ଆଫଗାନିସ୍ତାନ ଯୋଗ୍ୟ ହୋଇ ସାରିଛି । ଦକ୍ଷିଣ ଆଫ୍ରିକା ସହ କାଲି ଏହି ଦଳ ନିଜର ପ୍ରଥମ ସେମିଫାଇନାଲ ଖେଳିବ ।

ତେବେ, ବିଶ୍ୱ କ୍ରିକେଟରେ ଏହି ଦଳ ଶକ୍ତିଶାଳୀ ଭାବରେ ଉଭା ହେବା ଏତେ ସହଜ ନ ଥିଲା । ଏହା ପଛରେ ରହିଛି ଭାରତୀୟଙ୍କ ହାତ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ଆଫଗାନିସ୍ତାନ ଦଳର ଉତ୍ତାନ ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି । ପରଦା ପଛରେ ରହି ଅନେକ କାର୍ଯ୍ୟ କରିଛି ଏହି ଦଳ ପାଇଁ । ବିଶେଷକରି ୨୦୧୫ ମସିହାରେ ଗ୍ରେଟର ନୋଏଡାରେ ଆଫଗାନିସ୍ତାନ ପାଇଁ ପ୍ରଥମଥର ସହିଦ ବିଜୟ ସିଂ ସ୍ପୋଟର୍ସ କମ୍ଲେକ୍ସରେ ଅସ୍ଥାୟୀ ପିଚ ନିର୍ମାଣ କରିଥିଲା ବିସିସିଆଇ । ୨୦୧୭ ମସିହାରେ ଆଫଗାନିସ୍ତାନ ପ୍ରଥମଥର ପାଇଁ ଆୟର୍ଲାଣ୍ଡ ସହ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା । ପରବର୍ତ୍ତୀ ସମୟରେ ଅନେକ ସୁବିଧା ପ୍ରଦାନ କରି ଭାରତୀୟ କ୍ରିକେଟ ପରିଷଦ ଆଫଗାନିସ୍ତାନ ଦଳ ପାଇଁ । ଯାହାର ସୁଫଳ ଏବେ ସାରା ବିଶ୍ୱ ଦେଖି ସାରିଛି । ସାଧାରଣ ଦଳରୁ ଅସାଧାରଣ ହେବା ପଛରେ ରହିଛି ଭାରତର ପୂର୍ବତନ ଖେଳାଳି ଲାଲଚନ୍ଦ ରାଜପୂତ, ମନୋଜ ପ୍ରଭାକର ତଥା ଅଜୟ ଜାଡେଜା ପ୍ରମୁଖ ଆଫଗାନିସ୍ତାନ ଟିମ୍‌କୁ ପ୍ରଶିକ୍ଷଣ ଦେଇଛନ୍ତି । ବାସ୍ତବରେ କହିବାକୁ ଗଲେ, ଅଜୟ ଜାଡେଜା ୨୦୨୩ ମସିହା ଦିନିକିଆ ବିଶ୍ୱକପ ସମୟରୁ ଆଫଗାନିସ୍ତାନ ଦଳର ମେଣ୍ଟର ଭାବରେ କାର୍ଯ୍ୟକରି ଆସୁଛନ୍ତି । ବିସିସିଆଇ ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଅସରଫ ଗନିଙ୍କୁ ତାଙ୍କ ଦେଶର ପ୍ରଥମ ଟେଷ୍ଟ ମ୍ୟାଚ ଦେଖିବା ପାଇଁ ନିମନ୍ତ୍ରଣ କରିଥିଲା । ଯାହା ଉଭୟ ଦେଶର କ୍ରୀଡା ଓ ପାରସ୍ପରିକ ସମ୍ବନ୍ଧକୁ ମଜବୁତ କରିବା ପାଇଁ ଏକ ବଡ ପଦକ୍ଷେପ ଥିଲା । ଇଣ୍ଡିୟନ ପ୍ରିମିୟର ଲିଗ ବା ଆଇପିଏଲରେ ମଧ୍ୟ ଆଫଗାନିସ୍ତାନ ଖେଳାଳିଙ୍କୁ ଖେଳିବାର ଭରପୂର ସୁଯୋଗ ମିଳିଥାଏ । ଏଠାରୁ ସେମାନେ ଅନେକ କିଛି ଶିଖି ନିଜ ଜାତୀୟ ଦଳ ପାଇଁ ବିନିଯୋଗ କରି ଆଜି ସାରା ବିଶ୍ୱରେ ଦବଦବା ଜାହିର କରିଛନ୍ତି ।

Get real time updates directly on you device, subscribe now.